Latest Odisha News

BREAKING NEWS

ଆଇଏନଏସ ଚିଲିକା ପରିଦର୍ଶନ କଲେ ସିଡିଏସ ଜେନେରାଲ ଅନୀଲ ଚୌହାନ

ଖୋର୍ଦ୍ଧା: ଆଇ.ଏନ.ଏସ. ଚିଲିକା ଗସ୍ତରେ ଆସି ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କ ଅଗ୍ରଣୀ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନୀଲ ଚୌହାନ । ଭାରତୀୟ ନୌସେନାର ନୌ-ବୀର ମାନଙ୍କ ଭବିଷ୍ୟତ ଗଠନ କରିବାରେ ଆଇଏନଏସ ଚିଲିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସମ୍ପର୍କରେ ସିଡିଏସଙ୍କୁ ଅବଗତ କରାଯାଇଥିଲା । ଚିଲିକାରେ ଅଗ୍ନିବୀରମାନଙ୍କୁ ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଚରେ ଦିଆଯାଇଥିବା ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ସାମଗ୍ରିକ ବିଶ୍ଳେଷଣାତ୍ମକ ସୂଚନା ପ୍ରଦାନ କରାଯାଇଥିଲା ।

‘ଅଗ୍ନିବୀର ଯୋଜନା’ ପ୍ରବର୍ତ୍ତନ କରିବା ପଛରେ ସେନାର ଯୁବ ମାନସିକତାକୁ ବଜାୟ ରଖିବା କାରଣ ରହିଛି ବୋଲି କହିଥିଲେ ସିଡିଏସ ଅନିଲ ଚୌହାନ । ରାଷ୍ଟ୍ର ନିର୍ମାଣ ନିମନ୍ତେ କୁଶଳୀ, ଶୃଙ୍ଖଳିତ ଏବଂ ଉତ୍ସର୍ଗୀକୃତ ଯୁବଶକ୍ତିଙ୍କର ଆବଶ୍ୟକତା ରହିଛି । ନୌସେନାର ଅଗ୍ନିବୀର ତାଲିମ ଭିତ୍ତିଭୂମି ସମ୍ପର୍କରେ ଅବଗତ ହେବା ନିମନ୍ତେ, ସିଡିଏସ ତାଲିମ ସଂସାଧନ ସ୍ଥଳୀ ପରିଦର୍ଶନ କରିଥିଲେ । ପରବର୍ତ୍ତୀ ପିଢ଼ିର ନୌଯୋଦ୍ଧା ଗଠନ ନିମନ୍ତେ ଉଚ୍ଚ ଗୁଣାତ୍ମକ ମାନଯୁକ୍ତ ତାଲିମ ପ୍ରଦାନ କରୁଥିବାରୁ ସିଡିଏସ ପ୍ରଶିକ୍ଷଣ ଅନୁଷ୍ଠାନର ତାଲିମଦାତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Comments are closed.