Latest Odisha News

ସତ କହିଥିଲେ ଅଖିଳେଶ, ସିଇସି କହିଲେ ଏତେ ଖରାରେ ନିର୍ବାଚନ କରିବା ଉଚିତ ନଥିଲା

ନୂଆଦିଲ୍ଲୀ: ସରିଛି ଲୋକସଭା ନିର୍ବାଚନ । ଫଳ ଅପେକ୍ଷାରେ ସମସ୍ତ ରାଜନୈତିକ ଦଳ । ଆସନ୍ତା ଜୁନ 4ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ତେବେ ଫଳାଫଳ ଘୋଷଣା ହେବା ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଏହି ସାମ୍ବାଦିକ ସମ୍ମିଳନୀରେ ସେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ।

ଏଥର ଲୋକସଭା ନିର୍ବାଚନ ସମୟରେ ଉଭୟ ନେତା ଓ ଭୋଟରଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହେବାକୁ ପଡ଼ିଛି । ଗତ ମେ ମାସ 7 ତାରିଖରେ ଅଖିଳେଶ ଯାଦବ କହିଥିଲେ ଯେ, ବିଜେପି ଦଳ ଜାଣିଶୁଣି ଖରାଦିନେ ନିର୍ବାଚନ କରୁଛି । ବର୍ତମାନ ଯେଉଁ ମତଦାନ କରାଗଲା ତାହା ଗୋଟେ ମାସ ପୂର୍ବରୁ କରାଯିବା ଉଚିତ ଥିଲା । ତେବେ ଏନେଇ ସିଇସି ରାଜୀବ କୁମାର କହିଛନ୍ତି ଯେ, ଆମକୁ ଏକ ମାସ ପୂର୍ବରୁ ନିର୍ବାଚନ ସମାପ୍ତ କରିବାର ଥିଲା । ଏଭଳି ପ୍ରଚଣ୍ଡ ଖରାରେ ନିର୍ବାଚନ କରିବା ଉଚିତ ନଥିଲା । ଏଇଟା ଆମର ପ୍ରଥମ ଭୁଲ ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ଲୋକସଭା ନିର୍ବାଚନରେ 642 ନିୟୁତ ଭୋଟର ନିଜର ମତଦାନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏହା ସମସ୍ତ G7 ଦେଶର 1.5 ଗୁଣ ଏବଂ 27 ଟି EU ଦେଶର 2.5 ଗୁଣ ଅଧିକ । ପୋଲ କର୍ମଚାରୀଙ୍କ ଯତ୍ନଶୀଳ କାର୍ଯ୍ୟ ହେତୁ ଆମେ ବହୁତ କମ୍ ସ୍ଥାନରେ ପୁନଃମତଦାନ କରିଛୁ । 2019 ଲୋକସଭା ନିର୍ବାଚନରେ 540’ଇ ସ୍ଥାନରେ ପୁନଃମତଦାନ ହୋଇଥିବା ବେଳେ 2024 ଲୋକସଭା ନିର୍ବାଚନରେ ଆମେ ମାତ୍ର ​​39 ଟି ସ୍ଥାନରେ ପୁନଃମତଦାନ ହୋଇଛି । ସେଥିରୁ 25 ଟି ପୁନଃମତଦାନ କେବଳ 2ଟି ରାଜ୍ୟରେ ହୋଇଛି।

Comments are closed.