Latest Odisha News

BREAKING NEWS

ସେନସର ବୋର୍ଡ ଉପରେ କାହିଁକି ବର୍ଷିଲେ ହାଇକୋର୍ଟ

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ ଦୀର୍ଘ ଦିନ ଧରି ବିବାଦ ଘେରରେ ରହିଛି। ଏହି ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ତରଫରୁ ଫିଲ୍ମ ରିଲିଜ ନେଇ ମଧ୍ୟ କ୍ଲିୟରାନ୍ସ ମିଳିନାହିଁ। ଏହାରି ମଧ୍ୟରେ ଆଜି ବମ୍ବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଫିଲ୍ମକୁ ସାର୍ଟିଫିକେଟ୍ ପ୍ରଦାନ କରିନଥିବାରୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଷ୍ଟିସ୍ ବିପି କୋଲାବାୱାଲା ଏବଂ ଫିରଡୋଶ୍ ପୁନିୱାଲାଙ୍କ ଏକ ଖଣ୍ଡପୀଠ।

ଅପରପକ୍ଷରେ କୋର୍ଟ କହିଛନ୍ତି ଯେ, ସିବିଏଫସି କୁ କଣ ଲାଗୁଛି ଯେ ଦେଶର ଲୋକମାନେ ଏତେ ନିର୍ଦ୍ଦୋଷ ଯେ ସେମାନେ ଫିଲ୍ମରେ ଦେଖାଯାଇଥିବା ସବୁକିଛି ବିଶ୍ବାସ କରିବେ ବୋଲି।

 

Comments are closed.