Latest Odisha News

ରେଳ ଭଡା ବଢିବାର କିଛି ନିଷ୍ପତ୍ତି ହୋଇନି:କେନ୍ଦ୍ର

ନୂଆଦିଲ୍ଲୀ-ରେଳ ଭଡା ବଢିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଯାତ୍ରୀ ଭଡା ବୃଦ୍ଧି କରା ଯିବା ନେଇ ଏବେ କୌଣସି ନିଷ୍ପତ୍ତି ହୋଇନଥିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରା ଯାଇଛି ।
କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଜାନୁଆରି ୬ ତାରିଖରୁ ରେଳ ଯାତ୍ରା ମହଙ୍ଗା ହେବ । କାରଣ ରେଳରେ ଯାତ୍ରା କଲେ ଅଧିକ ଭଡା ଦେବାକୁ ପଡିବ ବୋଲି କୁହା ଯାଇଥିଲା । କିନ୍ତୁ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରା ଯାଇଛି ।

Leave A Reply

Your email address will not be published.