ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀ ତଥା କୋଲ ଇଣ୍ଡିଆ ଲିମିଟେଡର କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ବର୍ତ୍ତମାନ ଏହି କର୍ମଚାରୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ସୂଚନା ପ୍ରଦାନ କରି ମନ୍ତ୍ରଣାଳୟ କହିଛି ଯେ କୋଲ ଇଣ୍ଡିଆ ଲିମିଟେଡର ଅଣ-କାର୍ଯ୍ୟନିର୍ବାହୀ କର୍ମଚାରୀଙ୍କ ପାଇଁ ଟ୍ରେଡ ୟୁନିଅନ ସହିତ ବେତନ ସଂଶୋଧନ ଚୁକ୍ତିନାମାକୁ ଅନୁମୋଦନ କରାଯାଇଛି। ବର୍ତ୍ତମାନ ଏହି କର୍ମଚାରୀମାନେ ସେମାନଙ୍କ ବେତନରେ ବେସିକ, ବିଡିଏ, ସ୍ୱତନ୍ତ୍ର ମହଙ୍ଗା ଭତ୍ତା ଏବଂ ବୋନସ୍ ଇତ୍ୟାଦିର ସୁବିଧା ପାଇବେ। ଏହା ବ୍ୟତୀତ ଭତ୍ତାରେ ୨୫ ପ୍ରତିଶତ ବୃଦ୍ଧି ହେବ।
କୋଲ ଇଣ୍ଡିଆକୁ ପଠାଯାଇଥିବା ଏକ ପତ୍ରରେ ମନ୍ତ୍ରଣାଳୟ କହିଛି ଯେ କୋଲ ଇଣ୍ଡିଆ ଲିମିଟେଡର ସିଙ୍ଗରେନି କଲିୟର୍ସ କମ୍ପାନୀ ଲିମିଟେଡ ଏବଂ ଟ୍ରେଡ ୟୁନିଅନର ପ୍ରତିନିଧୀଙ୍କ ଏନସିଡବ୍ଲୁଏ-ଏକ୍ସଆଇ ପାଇଁ ଅନୁମୋଦନ ଦିଆଯାଇଛି। ଏହି ଡିଲ୍ ଅନୁଯାୟୀ ଯେଉଁମାନେ ୧ ଜୁଲାଇ ୨୦୨୧ ରେ କମ୍ପାନୀ ସହିତ କାମ କରୁଥିଲେ ସେମାନଙ୍କ ମଧ୍ୟରୁ ସିଆଇଏଲ ଏବଂ ଏସସିସିଏଲର ପ୍ରାୟ ୨.୮୧ ଲକ୍ଷ କର୍ମଚାରୀ ଉପକୃତ ହେବେ।
ଏହି ଚୁକ୍ତିନାମା ମେ ରେ କୋଇଲା ଶିଳ୍ପ ପାଇଁ ଜଏଣ୍ଟ ବାୟଲିଟରଲ କମେଟି (JBCCI) -XI ତରଫରୁ ସ୍ୱାକ୍ଷରିତ ହୋଇଛି। ଯେଉଁଥିରେ ସିଆଇଏଲ୍ ମ୍ୟାନେଜମେଣ୍ଟ, ସିଙ୍ଗରେନି କଲିୟର୍ସ କମ୍ପାନୀ ଲିମିଟେଡ୍ (SCCL), ପାଞ୍ଚଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍- ବିଏମ୍ଏସ୍, ଏଚ୍ଏମ୍ଏସ୍, ଏଆଇଟିୟୁସି, ସିଟୁ, ମାଇନ୍ ୱାର୍କର୍ସ ଫେଡେରେସନ୍ ଏବଂ ଭାରତୀୟ ଜାତୀୟ ପ୍ରତିନିଧି ସାମିଲ ଥିଲେ। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମୋଦନ ପରେ ବର୍ତ୍ତମାନ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବ୍ୟତୀତ ମୌଳିକ ଦରମା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବୃଦ୍ଧି ପାଇବ। ମୋଟ ବୃଦ୍ଧି ୧୯ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ଏହି ବୃଦ୍ଧି ଜୁଲାଇ ୨୦୨୧ ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମୋଟ ୨୧ ମାସ ପାଇଁ ହେବ।
Comments are closed.