Latest Odisha News

BREAKING NEWS

ଡିଜିଟାଲ୍ ମିଡିଆ ପାଇଁ ବିଲ୍ ଆଣିବେ ସରକାର

ନୂଆଦିଲ୍ଲୀ: ଡିଜିଟାଲ୍ ମିଡିଆ ନ୍ୟୁଜ୍ ପ୍ଲାଟଫର୍ମକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ନ୍ୟୁଜ୍ ପୋର୍ଟାଲର ପଞ୍ଜିକରଣ କରାଯିବ । ଦି ରେଜିଷ୍ଟ୍ରେସନ ଅଫ୍ ପ୍ରେସ୍ ଆଣ୍ଡ ପିରିୟଡିକାଲ୍ ବିଲ୍ ୨୦୧୯ (The Registration of Press and Periodicals Bill 2019) ରଖାଯାଇଛି । ଏହି ବିଲ୍ ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ବୁକ୍ସ ଆକ୍ଟ ୧୮୬୭ ସ୍ଥାନରେ କାମ କରିବ । ଏହି ଆଇନ୍ ଦେଶରେ ମୁଦ୍ରିତ ହେଉଥିବା ସମ୍ବାଦପତ୍ର ଓ ପ୍ରିଣ୍ଟିଂ ପ୍ରେସକୁ /ନିୟନ୍ତ୍ରଣ କରିଥାଏ । ସୂତ୍ର ଅନୁସାରେ, ଏହି ବିଲ୍ ଆଇନରେ ପରିଣତ ହେଲେ ଉଲ୍ଲଂଘନକାରୀ ସଂସ୍ଥା/ବ୍ୟକ୍ତି ଦଣ୍ଡିତ ହୋଇପାରିବେ ।

BjdElectrycity

ଏହି ବିଲ୍ ଖୁବଶୀଘ୍ର କ୍ୟାବିନେଟରେ ଉପସ୍ଥାପିତ ହେବ । ଏହି ବିଲରେ ଡିଜିଟାଲ୍ ନ୍ୟୁଜ୍ ପୋର୍ଟାଲକୁ, ସମ୍ବାଦପତ୍ର ଭଳି ବିଚାର କରିବାକୁ ପ୍ରସ୍ତାବ ରହିଛି । ଫଳରେ ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମକୁ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କୁ ଏବେର ରେଜିଷ୍ଟ୍ରାର୍ ଅଫ୍ ନ୍ୟୁଜ୍ ପେପର୍ସ ଇନ୍ ଇଣ୍ଡିଆ ସମକ୍ଷକ ଅଧିକାର ମିଳିବ । ଏହା ପୂର୍ବରୁ ୨୦୧୯ରେ କେନ୍ଦ୍ର ସରକାର ରେଜିଷ୍ଟ୍ରେସନ୍ ଅଫ୍ ପ୍ରେସ୍ ଆଣ୍ଡ ପିରିୟଡିକାଲ୍ସ ବିଲ୍ ଆଣିଥିଲେ । ଉକ୍ତ ବିଲ୍ ଅନୁସାରେ, ଡିଜିଟାଲ୍ ପ୍ଲାଟଫର୍ମର ପଞ୍ଜିକରଣ ଓ ନିୟନ୍ତ୍ରଣ ସହଜ ହୋଇଯିବ ।

ଯେଉଁଥିରେ ଡିଜିଟାଲ୍ ମିଡିଆର ପରିଭାଷା ବର୍ଣ୍ଣିତ ହୋଇଛି । ଡିଜିଟାଲ୍ ଫର୍ମାଟରେ ପ୍ରସ୍ତୁତ ସମାଚାରା ଯାହା ଇଣ୍ଟରନେଟ୍, କମ୍ପ୍ୟୁଟର ଅଥବା ମୋବାଇଲ୍ ନେଟୱର୍କରେ ପ୍ରସାରଣ କରାଯାଉଛି । ଏଥିରେ ଲେଖା, ଅଡିଓ, ଭିଡିଓ ଓ ଗ୍ରାଫିକ୍ସ ଆଦି ସାମିଲ୍ ରହିଛି ।

Leave A Reply

Your email address will not be published.