ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଲକ୍ଷ୍ନୌସ୍ଥିତ ଘରେ ଜଣେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାସ୍ଥଳରୁ ତାଙ୍କ ପୁଅ ବିକାଶଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ପୋଲିସ ଜବତ କରିଛି । ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁ୍ଥିବାବେଳେ ହତ୍ୟାର କାରଣ ସାମ୍ନାକୁ ଆସିଛି ।
ହତ୍ୟାର ଶିକାର ହୋଇଥିବା ବିନୟ ଶ୍ରୀବାସ୍ତବ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶଙ୍କର ବନ୍ଧୁ । ଉଭୟେ ୨୦୧୭ରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା । ଏହି ହାଇ ପ୍ରୋଫାଇଲ ମର୍ଡର ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ବିନୟଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିକାଶ ଏକ ଜମି ଦେଇଥିଲା । ଏହି ଜମିରେ ବିନୟ କାର ୱାଶିଂ ପ୍ଲାଣ୍ଟ କରିବାକୁ ଚାହୁଁଥିଲେ ।
ଏହି ଜମିକୁ ନେଇ ଅଗଷ୍ଟ ୩୧ ତାରିଖରେ ମନ୍ତ୍ରୀ ବଙ୍ଗଳାରେ ଅଙ୍କିତ ବର୍ମା, ଅଜୟ ରାୱତ, ଶମୀମ ଗାଜୀ ଏବଂ ଅନ୍ୟ କେତେଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।ପୋଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି ।
ବିନୟଙ୍କ ଭାଇ ଏକ ହତ୍ୟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ତାଙ୍କ ଭାଇଙ୍କୁ ଟଣାଓଟରା କରାଯାଇଛି । ତାଙ୍କ କପଡା ଫାଟି ଯାଇଛି । ତାଙ୍କ ଘଡି ଏକ ଫୁଲ କୁଣ୍ଡରୁ ମିଳିଛି । ସେତିକି ନୁହେଁ ଏହି ସବୁ ଘଟଣା ଘଟିବା ବେଳେ ସିସିଟିଭି କ୍ୟାମେରା ବନ୍ଦ ଥିଲା । ଶେଷରେ ତାଙ୍କୁ ସିଡି ତଳେ ଗୁଳି କରି ହତ୍ୟା କରାଯାଇଥିଲା ।
ପିସ୍ତଲକୁ ନେଇ କେନ୍ଦ୍ର ମନ୍ତ୍ରୀ ସଫେଇ ଦେଇ କହିଛନ୍ତି, ଏହା ତାଙ୍କ ପୁଅର ଲାଇସେନ୍ସପ୍ରାପ୍ତ ପିସ୍ତଲ । ସେ ଘରେ ଏହାକୁ ରଖି ଫ୍ଲାଇଟରେ ଦିଲ୍ଲୀ ଯାଇଥିଲା । ଏହି ସମୟରେ ଘଟଣା ଘଟିଛି । ଅଟକ ଅଭିଯୁକ୍ତ, ମୃତ ବିନୟ ଏବଂ ମନ୍ତ୍ରୀଙ୍କ ପୁଅ ବିକାଶ ସମସ୍ତେ ସାଙ୍ଗ ଥିଲେ ।
Comments are closed.