Latest Odisha News

BREAKING NEWS

ପଦ୍ମପୁରରେ ପଦ୍ମ ଦଳର ହେଭିଓ୍ୱେଟ୍ : ଫସଲ ବୀମା ଟଙ୍କାକୁ ନେଇ ତୋମାରଙ୍କ ତୀର

ପଦ୍ମପୁର : ବଗରଡ଼ ଜିଲ୍ଲା ପଦ୍ମପୁର ବଢୁଛି ଉପନିର୍ବାଚନ ତାତି । ପଦ୍ମପୁରର ପାଇକମାଳରେ ପଦ୍ମ ଦଳର ହେଭିଓ୍ୱେଟ୍ ମନ୍ତ୍ରୀ ।  ରାଜ୍ୟର କୃଷି ବହୁଳ ଜିଲ୍ଲା ବରଗଡରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଆଜି ତୋମାର ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ କରିଛନ୍ତି ପ୍ରଚାର । ନିଜ ଭାଷଣରେ ସେ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ୍ । ଫସଲ ବୀମା ଯୋଜନାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଛି । ବୀମା ଯୋଜନା ଟଙ୍କା ନେଇ ରାଜ୍ୟ ସରକାରଙ୍କୁ ଘେରିଛି ପଦ୍ମ ଦଳ । ଏହି ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କ ନେତା ଓ ମନ୍ତ୍ରୀ ଅପପ୍ରଚାର କରୁଛନ୍ତି ବୋଲି ତୋମାର କହିଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ବୀମା ରାଶି ଅଛି, ଚାପ ପକାଇଲେ ରିଲିଜ୍ କରିବେ ।

ବୀମା କମ୍ପାନୀର ଟେଣ୍ଡର ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥାଏ ।  ଚାଷୀଙ୍କ କ୍ଷତି ହେଲେ ରାଜ୍ୟସରକାର ସର୍ଭେ କରି ଦାବି ପୂରଣ କରନ୍ତି । ବୀମା ଟଙ୍କା କେନ୍ଦ୍ର ସରକାର ରିଲିଜ୍ କରିସାରିଛନ୍ତି । ରାଜ୍ୟ ସରକାରଙ୍କ କାମ ମନ୍ଥର । ବୀମା ଟଙ୍କାକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦାଯାଉଛି । ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ଚାପ ପଡିଲେ ରାଜ୍ୟ ସରକାର ଚାଷୀଙ୍କୁ ଦେବେ ବୋଲି କହିଛନ୍ତି ତୋମାର ।

ଓଡ଼ିଶାରେ ଯେଉଁ ଘର ମିଳୁଛି ଓ ଗରିବଙ୍କୁ ଯେଉଁ ରୋଜଗାର ମିଳୁଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବିଭିନ୍ନ ଯୋଜନା ମାଧ୍ୟମରେ ଦିଆଯାଉଛି । ଡିସେମ୍ୱର ୫ ତାରିଖରେ ପ୍ରଦୀପ ପୁରୋହିତଙ୍କୁ ଭୋଟ୍ ଜିତାନ୍ତୁ ବୋଲି କହି ସେ ଲୋକଙ୍କୁ ଭୋଟ୍ ମାଗିଛନ୍ତି । ବିଜେଡିକୁ ଯିବାକୁ ଦେଇ ବିଜେପିକୁ ଜିତାଇ ଡବଲ୍ ଇଞ୍ଜିନ ସରକାର ଆଣିବାକୁ ସେ ପଦ୍ମପୁରବାସିନ୍ଦାଙ୍କୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.