ମୁମ୍ବାଇ:ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ନେଟିସ ଦେବା ପରେ ମହାରାଷ୍ଟ୍ର ରାଜନୀତି ଗରମ ହୋଇଯାଇଛି । ସଞ୍ଜୟ ଟୁଇଟ କରିଥିଲେ ଆ ଦେଖେଁ ଜରା କିସମେଁ କିତନା ହେ ଦମ୍ । ଇଡିକୁ ରାଜନୈତିକ ସ୍ୱାର୍ଥରେ କେନ୍ଦ୍ର ସରକାର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାର ଜବାବରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି ହମ ଭି ଦିଖାଁଏଗେ କି ହମମେ କିତନା ହେ ଦମ୍ । ଇଡି ଏକ ସ୍ୱତନ୍ତ୍ର ଏଜେନ୍ସି । ଏହାର କାର୍ଯ୍ୟରେ ସରକାର ମୁଣ୍ଡ ଖେଳାନ୍ତି ନାହିଁ । ଏଥିରେ ରାଜନୈତିକ ମତଭେଦର ପ୍ରଶ୍ନ ଉଠୁ ନାହିଁ ।
ପିଏମସି ଦୁର୍ନୀତିରେ ଗିରଫ ହୋଇଥିବା ପ୍ରବୀଣ ରାଉତଙ୍କ ପତ୍ନୀ ମାଧୁରୀ ରାଉତଙ୍କ ଆକାଂଉଟରୁ ବର୍ଷାଙ୍କ ଖାତାକ୍ୁ ୫୫ ଲକ୍ଷ ଟଙ୍କା ଯାଇଥିଲା । ଏଥିନେଇ ଇଡି ସମନ ଜାରି କରିଛି ।
Comments are closed.