Latest Odisha News

BREAKING NEWS

ବାତ୍ୟା ‘ଅମ୍ଫାନ’: କ୍ଷୟକ୍ଷତି ଆକଳନ ଲାଗି ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ଅମ୍ଫାନ୍ ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗୁରୁବାର ଦିନ ଏକ ସାତ ଜଣିଆ କେନ୍ଦ୍ରୀୟ ଦଳ ଓଡିଶାରେ ପହଞ୍ଚିଛନ୍ତି। ଏହି ଟିମ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ରହିଛନ୍ତି।

ସେମାନଙ୍କ ଗସ୍ତ ସୂଚୀ ଅନୁଯାୟୀ, ଏକ ଅଂଶ ଭାବରେ ଦଳର ତିନିଜଣ ସଦସ୍ୟ କେନ୍ଦ୍ରାପଡା ଜିଲ୍ଲା ପରିଦର୍ଶନ କରିବା ସହ ଅନ୍ୟ ଚାରିଜଣ ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲା ପରିଦର୍ଶନ କରୁଛନ୍ତି।

କେନ୍ଦ୍ରାପଡାକୁ ଆସିଥିବା ଏହି ଟିମ୍ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ବରିଷ୍ଠ ଜିଲ୍ଲା ଅଧିକାରୀଙ୍କୁ ଭେଟିଥିଲେ। ପରବର୍ତ୍ତୀ ସମୟରେ ସେମାନେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ସେହିପରି ଦ୍ୱିତୀୟ ଦଳ ଭୋଗରାଇ ଏବଂ ବାଲେଶ୍ବରର ବାଲିପାଲ୍ ବ୍ଲକ ପରିଦର୍ଶନ କରିବେ।

ଆହୁରି ମଧ୍ୟ ଶୁକ୍ରବାର ଦିନ ଗୋଟିଏ ଦଳ ଭଦ୍ରକ ଏବଂ ଅନ୍ୟ ଦଳ ଜଗତସିଂହପୁର ପରିଦର୍ଶନ କରିବେ। ଏହି ଦଳ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରକୁ ଫେରି ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଭେଟିବେ।

ତେବେ ଏହି ଟିମ୍ ଶନିବାର ଦିନ ଦିଲ୍ଲୀ ଫେରି କ୍ଷୟକ୍ଷତି ସମ୍ବନ୍ଧୀୟ ଏକ ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିବେ।

Leave A Reply

Your email address will not be published.