Latest Odisha News

ଗର୍ଭବତୀ ମହିଳା ମାନେ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇ ଲାଗି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ପିଲାମାନଙ୍କ କ୍ଷେତ୍ରରେ ଟିକା ଟ୍ରାଏଲ୍ ଚାଲିଥିବା ବେଳେ ଗର୍ଭବତୀ ମହିଳାମାନେ ଟୀକାକରଣରୁ ବାଦ୍ ପଡ଼ିଥିଲେ।

ତେବେ ଗର୍ଭବତୀ ମହିଳାମାନଙ୍କୁ ବର୍ତ୍ତମାନ ଟୀକାକରଣ କରାଯାଇପାରିବ କି? ଏଭଳି ପ୍ରଶ୍ନର ଉତ୍ତରରେ ଆଇସିଏମଆର ଡିଜି ଡ. ବଳରାମ ଭାର୍ଗବ କହିଛନ୍ତି ଯେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଏହି ଟିକା ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗର୍ଭବତୀ ମହିଳାମାନଙ୍କୁ ଟୀକାକରଣ ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଭଳି ଟିକା ଆଲଫା, ବିଟା, ଗାମା ଏବଂ ଡେଲ୍ଟା ଭାରିଆଣ୍ଟ ବିରୋଧରେ କାର୍ଯ୍ୟ କରୁଛି।

ସୂଚନାଯୋଗ୍ୟ, ଏବେ ପ୍ରାୟ ୧୨ଟି ଦେଶରେ ଡେଲଟା ପ୍ଲସ୍ ଚିହ୍ନଟ ହୋଇଛି। ଯେଉଁଥିରେ ଭାରତରୁ ୪୮ ଟି ମାମଲା ଚିହ୍ନଟ ହୋଇଛି।

Comments are closed.