ଭୁବନେଶ୍ୱର: ଓଡ଼ିଶା କ୍ୟାଡରକୁ ଫେରିବେ ଆଇଏଏସ୍ ସଞ୍ଜୀବ କୁମାର ମିଶ୍ର । ପ୍ରସ୍ତାବକୁ ଅନୁମୋଦନ କଲେ ନିଯୁକ୍ତି ସମ୍ପର୍କୀୟ କ୍ୟାବିନେଟ କମିଟି । ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ରଙ୍କୁ ଓଡିଶା କ୍ୟାଡରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।
ଗତକାଲି ପର୍ସନାଲ ଏବଂ ଟ୍ରେନିଂ ବିଭାଗ ଦ୍ଵାରା ଏକ ବିବୃତ୍ତି ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ ଓଡିଶା ସରକାରଙ୍କ ଅନୁରୋଧ କ୍ରମେ ସଞ୍ଜୀବ ମିଶ୍ରଙ୍କ ପ୍ରତ୍ୟାବର୍ତ୍ତନକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି।
ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT)ର ଜାତୀୟ ନିଯୁକ୍ତି ଏଜେନ୍ସିର ସେକ୍ରେଟେରୀ-କମ-କଣ୍ଟ୍ରୋଲର ମିଶ୍ରଙ୍କୁ ବିସ୍ତାରିତ “କୁଲିଂ ଅଫ୍” ଲାଗୁ କରି ତାଙ୍କୁ ଓଡିଶାକୁ ଫେରାଇ ଦିଆଯାଇଛି।