Latest Odisha News

BREAKING NEWS

ଏପ୍ରିଲ ପହିଲାରୁ ରାସ୍ତାରେ ଗଡ଼ିବ ନାହିଁ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି: ଗଡକରୀ

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏପ୍ରିଲ ୧ ରୁ ପନ୍ଦର ବର୍ଷରୁ ଅଧିକ ପୁରୁଣା ହୋଇଥିବା ୯ ଲକ୍ଷ ସରକାରୀ ଗାଡି ରାସ୍ତାରେ ଆଉ ଗଡିବ ନାହିଁ। ଏହି ଗାଡି ସ୍ଥାନରେ ନୂଆ ଗାଡି ଚାଲିବ। ଏହି ଗାଡିଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାର, ପରିବହନ ନିଗମ ଏବଂ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସରେ ନିୟୋଜିତ ହେବ।

ଶିଳ୍ପ ସଂସ୍ଥା ଫିକି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିନ କରୁଥିବା ବେଳେ ଗଡକରୀ ଏପରି କହିଛନ୍ତି। ଇଥାନଲ, ମିଥାନୋଲ, ବାୟୋ-ସିଏନଜି, ବାୟୋ-ଏଲଏନଜି ଏବଂ ବୈଦ୍ୟୁତିକ ଯାନ ବ୍ୟବହାରକୁ ସହଜ କରିବା ପାଇଁ ସରକାର ଏପରି ଏକ ପଦକ୍ଷେପ ନିଆଯାଇଛି ଯାହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି ବୋଲି ସେ କହିଛନ୍ତି।

ଗଡକରୀ ଏବେ ୧୫ ବର୍ଷରୁ ଅଧିକ ପୁରୁଣା ନଅ ଲକ୍ଷରୁ ଅଧିକ ସରକାରୀ ଗାଡି ସ୍କ୍ରାପିଂକୁ ଅନୁମୋଦନ ଦେଇଛନ୍ତି। ସୂଚନାନୁସାରେ ବସ-ଟ୍ରକ ଓ କାର ଆଦି ପୁରୁଣା ହେବା ପରେ ପ୍ରଦୂଷଣ କରୁଥିଲେ। ତେଣୁ ଏହା ଉପରେ ରୋକ୍ ଲଗାଇବାକୁ ଯାଇ ସରକାର ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରୁଛନ୍ତି। ତେଣୁ ଏହି ସବୁ ପୁରୁଣା ଗାଡିକୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରୁଛନ୍ତି।

ଉଲ୍ଲେଖଯୋଗ୍ଯ, ମୋଟର ଯାନ ନିୟମ, ୨୦୨୧ କଥା କହି ଗତ ବର୍ଷ ଗଡକରୀ କହିଥିଲେ ଯେ ୧୫୦ କିଲୋମିଟର ମଧ୍ୟରେ ଅତି କମରେ ଗୋଟିଏ ଅଟୋମୋବାଇଲ୍ ସ୍କ୍ରାପିଂ ସୁବିଧା ବିକାଶ କରିବାକୁ ସରକାରଙ୍କ ଉଦ୍ଦେଶ୍ୟ ରହିଛି। ଯେଉଁଠି ପୁରୁଣା ଗାଡ଼ି ଗୁଡିକୁ ଗ୍ରହଣ କରାଯିବ।

ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସମଗ୍ର ଦକ୍ଷିଣ ଏସୀୟ ଅଞ୍ଚଳର ଏକ ଗାଡି ସ୍କ୍ରାପିଂ ହବ୍ ହେବାର ଦେଶରେ ସାମର୍ଥ୍ୟ ରହିଛି। ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ସ୍କ୍ରାପେଜ୍ ନୀତି ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ଏହାଦ୍ୱାରା ପ୍ରଦୂଷିତ ଯାନଗୁଡିକୁ ହଟିବ ଏବଂ ଅର୍ଥନୀତିକୁ ମଧ୍ୟ ବୃଦ୍ଧି କରିବ।

 

 

Comments are closed.