Latest Odisha News

BREAKING NEWS

ମମତାଙ୍କୁ ଇଟାଲୀ ଯିବାକୁ ଅନୁମତି ଦେଲେନି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆସନ୍ତା ମାସରେ ଇଟାଲୀ ଗସ୍ତ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେବାକୁ ମନା କରିଦେଇଛନ୍ତି। ‘ବିଶ୍ୱ ଶାନ୍ତି ସମ୍ମିଳନୀ’ରେ ଭାଗ ନେବାକୁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଆପତ୍ତି ଜଣାଇଛନ୍ତି ମମତା। ମମତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଇର୍ଷା କରୁଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ ଆପଣ ମୋତେ ଅଟକାଇ ପାରିବେ ନାହିଁ, ମୁଁ ବିଦେଶ ଯିବାକୁ ଆଗ୍ରହୀ ନୁହେଁ, କିନ୍ତୁ ଏହା ଦେଶର ସମ୍ମାନ ସହ ଜଡିତ। ତୁମେ ହିନ୍ଦୁଙ୍କ ବିଷୟରେ ଆଲୋଚନା କର, ମୁଁ ମଧ୍ୟ ଜଣେ ହିନ୍ଦୁ ମହିଳା। ତୁମେ ମୋତେ କାହିଁକି ଅନୁମତି ଦେଉ ନାହଁ? ତୁମେ ସଂପୂର୍ଣ୍ଣ ଇର୍ଷା କରୁଛ। ”

ଟିଏମ୍‌ସି ମୁଖପାତ୍ର ଦେବାଂଶୁ ଭଟ୍ଟାଚାର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ଦିଦିଙ୍କ ରୋମ ଗସ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଏହାପୂର୍ବରୁ ସେ ଚୀନ୍ ଗସ୍ତ ପାଇଁ ଅନୁମତି ମଧ୍ୟ ବାତିଲ କରିଥିଲେ।

Leave A Reply

Your email address will not be published.