Latest Odisha News

BREAKING NEWS

ଟାଇପ ୧ ଡାଇବେଟିସ୍‌ ଓ କରୋନା ଆକ୍ରାନ୍ତ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କା ଅଧିକ

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଅନୁଯାୟୀ, ଟାଇପ ୧ ଡାଇବେଟିସ୍‌ ଓ କରୋନା ଆକ୍ରାନ୍ତ ହୋଇଥିବା ୪୦ ବର୍ଷରୁ ଅଧିକ ବୟସ୍କ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଅଧିକ ଆଶଙ୍କା ରହିଛି। ସେମାନେ ପିଲାମାନଙ୍କ ତୁଳନାରେ ୭ ଗୁଣା ଅଧିକ ମେଡିକାଲ୍‌ରେ ଭର୍ତ୍ତି ହେବାରେ ସମ୍ଭାବନା ରହିଛି।

ଏଣ୍ଡୋକ୍ରାଇନ୍ ସୋସାଇଟିର ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଏଣ୍ଡୋକ୍ରିନୋଲୋଜି ଆଣ୍ଡ୍‌ ମେଟାବୋଲିଜିମ୍‌ରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ ଡାଇବେଟିସ୍ ରୋଗୀମାନେ କୋଭିଡ୍‌-୧୯ ସମ୍ବନ୍ଧୀୟ ଜଟିଳତା ପାଇଁ ଅଧିକ ବିପଦରେ ଥାଆନ୍ତି। ବିଶେଷତଃ ଯଦି ସେମାନେ ୪୦ ବର୍ଷରୁ ଅଧିକ ହୋଇଥାନ୍ତି।

ଅଧ୍ୟୟନରେ କୁହାଯାଇଛି ଯେ କୋଭିଡ୍‌-୧୯ରେ ପୀଡିତ ଥିବା ପିଲାମାନେ କ୍ୱଚିତ୍ ଗୁରୁତର ଶ୍ବାସକ୍ରିୟା ଲକ୍ଷଣ ଦେଖାଯାଇଥାଏ।

ବୟସ୍କମାନଙ୍କଠାରେ ଗମ୍ଭୀର ଶ୍ବାସକ୍ରିୟା ଲକ୍ଷଣ ଦେଖାଯାଇଥାଏ। ବୟସ୍କ ଏବଂ ମଧୁମେହ ରୋଗୀଙ୍କଠାରେ ତୀବ୍ର ଶ୍ବାସକ୍ରିୟା ସମସ୍ୟା ଏବଂ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ।

ଅନୁସନ୍ଧାନକାରୀମାନେ କରୋନା ଆକ୍ରାନ୍ତ ଟାଇପ୍‌ ୧ ଡାଇବେଟିସ୍‌ ଥିବା ୭୬୭ ରୋଗୀଙ୍କ ତଥ୍ୟ ଏବଂ ଆମେରିକାର ୫୬ ଟି ଡାଇବେଟିସ୍ କ୍ଲିନିକରେ ଅଧ୍ୟୟନ କରିଥିଲେ। ଐଥିରୁ ୨୪ ପ୍ରତିଶତ ଥିଲେ ୧୮ କିମ୍ବା ତାଠାରୁ ଅଧିକ ବୟସ, ୩୨ ପ୍ରତିଶତ ଥିଲେ ୧୯ରୁ ୪୦ ବର୍ଷ ଏବଂ ୧୪ ପ୍ରତିଶତ ୪୦ ରୁ ଅଧିକ ବୟସର ଥିଲେ।

ଅଧ୍ୟୟନରୁ ଜଣାପଡିଛି ଯେ ୪୦ ବର୍ଷରୁ ଅଧିକ ରୋଗୀଙ୍କୁ ପିଲାମାନଙ୍କ ତୁଳନାରେ କରୋନାରେ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ୭ ଗୁଣ ଅଧିକ।

Leave A Reply

Your email address will not be published.