Latest Odisha News

BREAKING NEWS

ପୁଣି ସିମି ଉପରେ ଲଗିଲା ପ୍ରତିବନ୍ଧକ, ଆଉ ୫ ବର୍ଷ ପାଇଁ ବ୍ୟାନ୍

ନୂଆଦିଲ୍ଲୀ: ଆଉ ୫ବର୍ଷ ପାଇଁ ବେଆଇନ ଘୋଷଣା ହେଲା ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ ବା ସିମି। କେନ୍ଦ୍ର ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ୟୁଏପିଏ ଆଇନ୧୯୬୭ର ଧାରା ୩(୧) ଅନୁଯାୟୀ ଏହି କଟକଣା ଲଗାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ଦୃଷ୍ଟିରେ ରଖି ସିମି ଉପରେ ଆଉ ୫ବର୍ଷ ପ୍ରତିବନ୍ଧକ ଲଗାଯାଉଛି। ୟୁପିଏ ଅନୁଯାୟୀ ଏହା ଏକ ବେଆଇନ ସଂଗଠନ । ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିବାରେ ନିୟୋଜିତ ଅଛି ସିମି। ଏହା ଭାରତର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ଅଖଣ୍ଡତାକୁ ନଷ୍ଟ କରୁଛି।

ସିମି ଉପରେ ୨୦୦୧ରେ ପ୍ରଥମ ଥର ପ୍ରତିବନ୍ଧକ ଲଗାଯାଇଥିଲା। ଗୁଇନ୍ଦା ଅଫିସରଙ୍କ ସୂଚନା ଅନୁସାରେ, ସିମି ସରକାର ଓ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ୨୦୦୫ରେ ଯେତେବେଳେ ଏହି ସଂଗଠନ ଭାଗଭାଗ ହୋଇଗଲା, ଏହାର ଏକ ଟିମ ଚରମପନ୍ଥୀ ରାସ୍ତାରେ ଅଗ୍ରସର ହେଲା। ସଫଦର ନାଗୋରୀ ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନକରେ ପରିଣତ କରିଦେଲା। ଏହାର ନେତା ରିୟାଜ ଉଟ୍ଟକଲ ଓ ଇକବାଲ ଭଟ୍ଟକଲ ପାକିସ୍ତାନରେ ଇଣ୍ଡିଆନ ମୁଜାହିଦ୍ଦିନ ତିଆରି କଲେ। ଏହି ଆତଙ୍କୀ ସଂଗଠନ ଲସ୍କର ସହ ମିଶି କାମ କରେ। ସିମି ଏହି ଆତଙ୍କୀ ସଂଗଠନକୁ ସମର୍ଥନ କରେ।

Leave A Reply

Your email address will not be published.