Latest Odisha News

BREAKING NEWS

ଭୂସ୍ଖଳନ ନେଇ କେରଳକୁ ଆଗୁଆ ସତର୍କ କରାଯାଇଥିଲା

ନୂଆଦିଲ୍ଲୀ: ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା। ଏହି ଭୂସ୍ଖଳନରେ ୧୫୦ରୁ ଅଧିକ ଜୀବନ ଯାଇଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ଗୃହରେ ୱାୟନାଡର ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

କେରଳକୁ ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦାବି କରିଛନ୍ତି।ପିନରାୟି ବିଜୟନଙ୍କ ନେତୃତ୍ୱାଧୀନ କେରଳ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ଜୁଲାଇ ୨୩ରେ ସମ୍ଭାବ୍ୟ ଭୂସ୍ଖଳନ ନେଇ ସତର୍କ କରାଯାଇଥିଲା।

Comments are closed.