Latest Odisha News

ସିଡିଏସ, ଏନଏସଏ ପରି ଖୋଲିବ ନୂଆ ପଦବୀ ସିଆଇଓ: ଇଡି ଓ ସିବିଆଇର ହେବେ ମୁଖ୍ୟ

ନୂଆଦିଲ୍ଲୀ: ସିଡିଏସ ଏବଂ ଏନଏସଏ ପରି ଆଉ ଏକ ନୂଆ ସର୍ବୋଚ୍ଚ ପଦବୀ ଖୋଲିବେ କେନ୍ଦ୍ର ସରକାର । ଏ ନେଇ ଚାଲିଛି ବିଚାର ବିମର୍ଷ । ଏହି ନୂଆ ପଦବୀଟି ହେଉଛି ଚିଫ ଇନଭେଷ୍ଟିଗେସନ ଅଫିସର ଅଫ ଇଣ୍ଡିଆ ବା ସିଆଇଓ (CIO)  ।  ଚିଫ ଅଫ ଡିଫେନ୍ସ ଷ୍ଟାଫ (CDS)ଏବଂ ନାଶନାଲ ସିକ୍ୟୁରିଟି ଆଡଭାଇଜର (NSA) ପରି ସିଆଇଓ ମଧ୍ୟ ସଂପୃକ୍ତ ବିଭାଗର ସର୍ବୋଚ୍ଚ ପଦବୀ ହେବ ।

ଉଚ୍ଚସ୍ତରୀୟ ଆଲୋଚନାରୁ ଜଣାଯାଇଛି, ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (CBI) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED)ର ମୁଖ୍ୟମାନେ ସିଆଇଓଙ୍କୁ ରିପୋର୍ଟ କରିବେ । ଡିଫେନ୍ସର ତିନିବିଭାଗର ମୁଖ୍ୟ ଯେପରି ସିଡିଏସଙ୍କୁ ରିପୋର୍ଟ କରନ୍ତି ଏବଂ ଦୁଇ ଇଣ୍ଟେଲିଜେନ୍ସି ଯେପରି ଏନଏସଆଇଙ୍କୁ ରିପୋର୍ଟ କରନ୍ତି ଠିକ ସେହିପରି ଇଡି ଏବଂ ସିବିଆଇ ମୁଖ୍ୟ ସିଆଇଓଙ୍କୁ ରିପୋର୍ଟ କରିବେ ।

ଇଡି ଅର୍ଥନୈତିକ ଦୁର୍ନୀତି ବିଶେଷ କରି ମନି ଲଣ୍ଡରିଂ ଏବଂ ଫେମା ଆକ୍ଟ ଉଲ୍ଲଘଂନ ସଂପର୍କିତ ମାମଲା ଉପରେ ତଦନ୍ତ କରୁଥିବାବେଳେ ସିବିଆଇ  ଦୁର୍ନୀତି ଏବଂ ଅର୍ଥନୈତିକ କଳା କାରବାର ମାମଲାର ଯାଞ୍ଚ କରିଥାଏ । ଏହି ଦୁଇ ବିଭାଗ ମଧ୍ୟରେ ଅନେକ ସମୟରେ ଓଭରଲାପିଂ ହେଉଥିବା ସରକାର ଅନୁଭବ କରିବା ପରେ ସିଆଇଓ ପଦବୀ ସୃଷ୍ଟି ନେଇ ଚିନ୍ତା କରୁଛନ୍ତି ।

ସିଆଇଓ ଏହି ଦୁଇ ବିଭାଗର ମୁଖ୍ୟ ଭାବେ ରହିବା ଫଳରେ ଦୁଇ ବଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପାରିବ  ବ ବୋଲି କୁହାଯାଉଛି । ଏହି ନୂଆ ପଦବୀ କେନ୍ଦ୍ର ସରକାରଙ୍କ ସଚିବ ସ୍ତରୀୟ ପଦବୀ ହେବ ଏବଂ  ପୂର୍ବତନ ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ର  ଦେଶର ପ୍ରଥମ ସିଆଇଓ ଭାବେ ଏହି ପଦବୀରେ ନିଯୁକ୍ତି ପାଇପାରନ୍ତି। ନିକଟରେ ସୁପ୍ରିମକୋର୍ଟ ଇଡି ଚିଫ ଭାବେ ତାଙ୍କ ସମୟସୀମାକୁ ସେପ୍ଟେମ୍ବର ୧୫ ତାରିଖ ଯାଏ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ,  ସଞ୍ଜୟ ମିଶ୍ର ସେପ୍ଟେମ୍ବର ୧୫ରେ ତାଙ୍କ ପଦ ଛାଡ଼ିବା ପୂର୍ବରୁ ସିଆଇଓ ପଦବୀ ଖୋଲି ଯାଇଥିବ  । ସିଆଇଓଙ୍କୁ ଦୁଇ ବିଭାଗର ସୁରପଭିଜନ ଦାୟିତ୍ୱ ହସ୍ତାନ୍ତର କରିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରିବେ ।

Comments are closed.