Latest Odisha News

BREAKING NEWS

କରୋନା ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଭଳିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ କଟକଣାକୁ ଜୋରଦାର କରିବାକୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଗତ ସପ୍ତାହେ ହେବ ଦେଶରେ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହୁଛି । ସେହିପରି ହସପିଟାଲରେ ୬୦ ପ୍ରତିଶତ ବେଡ୍ ପୂରଣ ହୋଇସାରିଲାଣି । ତେଣୁ ଏହାକୁ ଦୃଷ୍ଟିରେ ରଖି ଯେଉଁ ସବୁ ଅଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି, ସେସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ଲକଡାଉନ ଘୋଷଣା କରିପାରିବେ ରାଜ୍ୟ ସରକାର । ଜନସଂଖ୍ୟା ଓ ସଂକ୍ରମଣ ତଥ୍ୟକୁ ଆଧାର କରି ସେସବୁ ଅଞ୍ଚଳରେ କଣ୍ଟେନମେଣ୍ଟ ବା ଲକଡାଉନ୍ ଘୋଷଣା କରିହେବ ।

ସେହିପରି ମେଡିକାଲ ସୁବିଧା ଓ ମାନବ ସମ୍ବଳକୁ ମଧ୍ୟ ଧ୍ୟାନରେ ରଖିବାକୁ କୁହାଯାଇଛି । ଲକଡାଉନ୍ କରିବାକୁ ରାଜ୍ୟ ଗୁଡ଼ିକ ଭାବି ଚିନ୍ତି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । କଣ୍ଟେନମେଣ୍ଟ କିମ୍ବା ଲକଡାଉନ୍ ଅତିବେଶୀରେ ୧୪ ଦିନ ହିଁ କରିହେବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ରାତିରେ ଚଳପ୍ରଚଳ ବନ୍ଦ ରହିବ । ସାମାଜିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସେହିପରି ବିବାହ କାର୍ଯ୍ୟରେ ଅତିବେଶୀରେ ୫୦ ଓ ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିବ ।

Leave A Reply

Your email address will not be published.