Latest Odisha News

BREAKING NEWS

ଅକ୍ସିଜେନ୍ ଉପରୁ ଶୁଳ୍କ ଛାଡ଼ କଲା କେନ୍ଦ୍ର

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଆତଙ୍କ । କିନ୍ତୁ ଏହି ଆତଙ୍କକୁ ଆହୁଟି ଟପିଯାଇଛି ଅକ୍ସିଜେନ୍ ସମସ୍ୟା । ଅକ୍ସିଜେନ୍ ଅଭାବକୁ ନେଇ ବିଭିନ୍ନ ହସପିଟାଲରେ ଅନେକ ରୋଗୀଙ୍କ ମୃତ୍ୟୁ ହେଲେଣି । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଏଣିକି ଅକ୍ସିଜେନ, କରୋନା ଟିକା, ସମସ୍ତ ପ୍ରକାରର ଭେଣ୍ଟିଲେଟର, ଅକ୍ସିଜେନ ଉତ୍ପାଦନ କରିପାରୁ ଥିବା ସମସ୍ତ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଲାଗୁ ହେବନାହିଁ । ଏହି ସୀମା ଶୁଳ୍କ ଛାଡ଼ ପରେ ଲଏହି ସବୁ ସାମଗ୍ରୀ ଭାରତକୁ ସହଜରେ ଆସିପାରିବ ।

କରୋନା ସମୟରେ ଦେଶର ବିଭିନ୍ନ ଡାକ୍ତରଖାନାରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି । ରୋଗୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଭିତ୍ତିରେ ହସପିଟାଲ ଗୁଡିକୁ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଏହି ଅକ୍ସିଜେନ୍ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ଜରୁରୀ ମେଡିକାଲ ସାମଗ୍ରୀ ଉପରେ ସୀମା ଶୁଳ୍କ ଲାଗୁ ନ କରିବାକୁ ନିଷ୍ପତ୍ତି ହୋଇଛି ।

ରୋଗୀମାନେ କିପରି ଆବଶ୍ୟକ ଅନୁସାରେ ଟିକା, ଅମ୍ଳଜାନ ଓ ଅନ୍ୟାନ୍ୟ ଜୁରରୀ ମେଡିକାଲ ସାମଗ୍ରୀ ପାଇପାରିବେ, ସେନେଇ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ଗୁରୁ ତ୍ବ ଦେଇଛନ୍ତି । ଏହି ସୀମା ଶୁଳ୍କ ପ୍ରତ୍ୟାହାର ନିଷ୍ପତ୍ତି ୩ ମାସ ଯାଏ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.