Latest Odisha News

BREAKING NEWS

ଆଜି ଛାଡଖାଇ, ଆମିଷ ଦୋକାନ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ଆଜି ଛାଡଖାଇ ପାଇଁ ସାରା ଓଡ଼ିଶାରେ ଆମିଷ ଦୋକାନରେ ସକାଳୁ ସକାଳୁ ଗହଳି ଲାଗିଛି । ପୂଣ୍ୟମାସ କାର୍ତ୍ତିକ ମାସ ଶେଷ ହେବା ପରେ  ଆଜି ଛାଡ ଖାଇ ପଡିଛି। ଅଧିକାଂଶ ଲୋକେ  ଘରେ ଘରେ ମାଛ ମାଂସର ଆସର କରିବାକୁ ଆଜିକୁ ଅପେକ୍ଷା କରିଥାନ୍ତି । କାର୍ତ୍ତିକ ମାସ ତମାମ ପୂଣ୍ୟମାସ ହୋଇଥିବାରୁ  ନିଷ୍ଠାର ସହ ସାଧା ଖାଦ୍ୟ ଖାଇଥିଲେ ଲୋକେ । ପୂଜାରେ ଧ୍ୟାନ ଦେଇଥିଲେ । ଓଡ଼ିଶାର ଲୋକେ ଆଜି  ଅପେକ୍ଷା କରିଛନ୍ତି ଆଜିର ଦିନକୁ । ପଞ୍ଚୁକ ପରେ ଆଜି ଘରେ ଘରେ ଆମିଷ ଭୋଜନ ପାଇଁ ପ୍ରସ୍ତୁତି ଚାଲିଛି । ପୁଣି ସପ୍ତାହର  ଆଜି ବୁଧବାର ଥିବାରୁ ଅଧିକାଂଶ ଲୋକ ଛାଡ଼ଖାଇ ପାଳନ କରିବାକୁ ଦୋକାନ ଆଗରେ ଭିଡ ଜମାଇଛନ୍ତି । ଏଥିପାଇଁ ସକାଳୁ ସକାଳୁ ଆମିଷ ଦୋକାନରେ ଲାଗିଛି ଭିଡ଼ । ମାଛ, ଚିକେନ, ମଟନ ରେଟ ମଧ୍ୟ ଆଜି ଉଚ୍ଚା ରହିଛି ।

ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ମାଛ ଆସିଥିବା ଭୁବନେଶ୍ବର ୪ ନମ୍ବର ହାଟରେ ଦେଖାଯାଇଛି । ଏହା ସହିତ ମାଛ ଚିଙ୍ଗୁଡି ଓ କଙ୍କଡ଼ା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଛି ।  ମଟନ କିଲୋ ପିଛା ଦର ୭୦୦ରୁ ୮୦୦  ଟଙ୍କା ରହିଥିବା ବେଳେ ବଏଲର୍ ଚିକେନ ଦର ରହିଛି ୨୦୦ରୁ ୨୫୦ , ଦେଶୀ ଗଞ୍ଜା ଗୋଟା ୪୦୦ ଟଙ୍କା, ବାଗଦା ଚିଙ୍ଗୁଡ଼ି କିଲୋ ପିଛା ୩୦୦ ରୁ ୫୦୦ ଟଙ୍କା, ଭାକୁର ରୋହି କିଲୋ ୧୮୦ରୁ ୨୨୦,  କଙ୍କଡ଼ାର ଦର ୩୦୦ ଟଙ୍କାରୁ ୧୦୦୦ ଟଙ୍କା ପର‌୍ୟ୍ୟନ୍ତ ରହିଛି।

ରାଜଧାନୀର ଅନେକ ହାଟରେ ମାଛ ଦୋକାନ ଆଗରେ ସକାଳୁ ସକାଳୁ ଲମ୍ବା ଲାଇନ ଥିବା ଦେଖିବାକୁ ମିଳିଛି  ।  ଆଜି ଦର  ସମାନ୍ୟ ଅଧିକ ଥିବା ବେଳେ ଲୋକେ କିଣୁଛନ୍ତି। ଚିକେନ ଓ ମଟନ୍ ପାଇଁ ଦୋକାନ ଆଗରେ ମଧ୍ୟ ଲାଗିଛି ଲମ୍ବା ଲାଇନ୍ ଲାଗିଛି ।

Comments are closed.