ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ପରସ୍ପରଠାରୁ ଅଲଗା ହୋଇଯାଇଥିବା ଖବର ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ଉଭୟ ବାନ୍ଦ୍ରାର ଏକ ଫ୍ୟାମିଲି କୋର୍ଟରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି । ଏବେ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ନିକଟରେ ଚହଲ ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ଉଲ୍ଲେଖ କରିଥିଲେ, ନିଜକୁ ଯେତେ ବଂଚାଇ ପାରିଥାନ୍ତି ତାଠାରୁ ବହୁତ କିଛି ଅଧିକ ଭଗବାନ ମୋ ପାଇଁ କରିଛନ୍ତି । ଏହା ପରେ ଧନଶ୍ରୀ ଲେଖିଥିଲେ ଭଗବାନ ଚିନ୍ତାକୁ ଖୁସୀରେ ବଦଳାଇବା ବିକଳ୍ପ ମଧ୍ୟ ରଖିଛନ୍ତି ।
ବେଶ କିଛି ଦିନ ହେବ ଏହି ସେଲିବ୍ରେଟି ପରସ୍ପରଠାରୁ ଅଲଗା ହେବା ନେଇ ବିଭିନ୍ନ ରିପୋର୍ଟ କ୍ରମାଗତ ଭାବେ ପ୍ରକାଶ ପାଇ ଆସୁଛି । ଚହଲ ଛାଡପତ୍ର ପରେ ଧନଶ୍ରୀଙ୍କୁ ୬୦ କୋଟି ଟଙ୍କା ଏଲିମନୀ ବାବଦକୁ ଦେବେ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା । ତେବେ ଏହାର ସତ୍ୟତା ପୃଷ୍ଟି ହୋଇପାରି ନାହିଁ । ଏହା ପୂର୍ବରୁ ୨ କ୍ରିକେଟର ଶିଖର ଧାୱନ-ଆୟଶା ମୂର୍ଖାଜୀ, ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟାନକୋଭିଚଙ୍କ ମଧ୍ୟରେ ଛାଡପତ୍ର ହୋଇ ସାରିଛି ।
Comments are closed.