Latest Odisha News

BREAKING NEWS

ଆଇପିଏଲ କ୍ୟାରିୟରରେ ଚହଲଙ୍କ ଦ୍ୱିତୀୟ ହ୍ୟାଟ୍ରିକ

ଚେନ୍ନାଇ: ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସର ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ହ୍ୟାଟ୍ରିକ ହାସଲ କରି ଚେନ୍ନାଇ ସୁପର କିଙ୍ଗସଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି । ଚଳିତ ଆଇପିଏଲରେ ଏହା ପ୍ରଥମ ହ୍ୟାଟ୍ରିକ । ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ହାସଲ କରିଛନ୍ତି । ୨୦୨୩ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଚହଲ କେକେଆର ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ । ଚହଲ ଚେନ୍ନାଇ ବିପକ୍ଷରେ ୧୯ତମ ଓଭରରେ ୪ଟି ୱିକେଟ ନେଇଥିଲେ । ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉଟ କରିବା ପରେ ଦୀପକ ହୂଦା ୨ ରନ ନେଇଥିଲେ ।

ଏହାର ପରବର୍ତୀ ୩ଟି ବଲରେ ଚହଲ ଯଥାକ୍ରମେ ଦୀପକ, ପ୍ରିୟାଂଶ ଆର୍ଯ୍ୟ ଓ ଅଂଶୁଲ କମ୍ବୋଜଙ୍କୁ ଆଉଟ କରିଥିଲେ । ଆଇପିଏଲରେ ଅମିତ ମିଶ୍ର ସର୍ବାଧିକ ୩ ଥର ହ୍ୟାଟ୍ରିକ ନେଇଛନ୍ତି । ଯୁବରାଜ ସିଂ ମଧ୍ୟ ୨ ଥର ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି । ଆଇପିଏଲରେ ଓଭରାଲ ୨୩ ଥର ବୋଲରମାନେ ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ଚହଲଙ୍କ ଚମତ୍କାର ବୋଲିଂ ଯୋଗୁ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ବିପକ୍ଷରେ ୧୯୧ ରନର ଲକ୍ଷ୍ୟ ରଖିଥିଲା ।

Comments are closed.