Latest Odisha News

BREAKING NEWS

[ଭିଡିଓ] ମୋବାଇଲ କିଣିବା ପାଇଁ ପ୍ରୋଶେସନରେ ଗଲେ ଚା’ ବିକାଳିଙ୍କ ପରିବାର

ମଧ୍ୟପ୍ରଦେଶ : ମୋବାଇଲ କିଣିବା ପାଇଁ ପ୍ରୋଶେସନ କରି ଗଲେ ପରିବାର । ଜଣେ ଚା’ ବିକାଳି ମୋବାଇଲ କିଣିବା ପାଇଁ ଘୋଡା ଗାଡିରେ ବସି ମୋବାଇଲ ଦୋକାନ ଯାଏଁ ପ୍ରୋଶେସନ କରି ଯାଇଛନ୍ତି । ଏପରି ଦୃଶ୍ୟ ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ।କହିବାକୁ ଗଲେ ଏହି ଚା ବିକାଳି ଜଣକ ନିଜ ଝିଅର ଇଚ୍ଛା ପୁରଣ କରିବା ପାଇଁ ଘୋଡା ଗାଡିରେ ନିଜେ ଓ ପରିବାରକୁ ବସାଇ ବାଜା ବାଣ ଓ ଲାଇଟ ପ୍ରୋଶେସନ କରି ଯାଇ ଘର ପାଇଁ ସ୍ମାର୍ଟ ଫୋନ୍ କିଣି ଆଣିଛନ୍ତି ।

ଏ କଥା ଟି ଆପଣଙ୍କୁ ଅଜବ ଲାଗୁଥିଲେ ବି ଏହା ସତ୍ୟ ଘଟଣା । ମଧ୍ୟପ୍ରଦେଶ ଶିବପୁରର ଚା ବିକାଳି ହେଉଛନ୍ତି ମୁରାରୀ କୁଶାବାହା । ସେ ଶିବପୁରୀ ସହରର ନୀଳଗର ଠାରେ ଚା’ ବିକନ୍ତି । ତାଙ୍କ ପାଞ୍ଚ ବର୍ଷ ର କୁନି ଝିଅର ଜିଦି କଲା ଘର ପାଇଁ ସ୍ମାର୍ଟ ଫୋନ୍ କିଣାହେବ । ହେଲେ ବାପା ପ୍ରୋଶେସନ କରି ଯାଇ ମୋବାଇଲ କିଣି ଆଣିବେ । ପରେ ବାପା ଝିଅର ଇଚ୍ଛା ପୁରଣ ପାଇଁ ପ୍ରସେଶନ କରି ମୋବାଇଲ ଦୋକାନକୁ ଯାଇଥିବା ଦେଖିବାକୁ ମିଳିଥିଲା । ସେ ୧୨,୫୦୦ ଟଙ୍କା ଦେଇ ଘର ପାଇଁ ଏକ ସ୍ମାର୍ଟ ଫୋନ୍ ମଧ୍ୟ କିଣି ଆଣିଛନ୍ତି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ମୋବାଇଲ କିଣିବା ପାଇଁ ପ୍ରୋଶେସନ କରିବା ଯିବା ବେଳେ ବାଟରେ ଦେଖୁଥିବା ଲୋକମାନେ ତାଜୁବ ହୋଇଯାଇଥିଲେ । ହେଲେ ଝିଅଟିର ଇଚ୍ଛା ପୁରଣ କରିବା ପାଇଁ ବାପର ଏପରି ଆୟୋଜନ ଦେଖି ଲୋକାମନେ ଚା’ ବିକାଳିଙ୍କ ଖୁବ୍ ତାରିଫ୍ କରିଛନ୍ତି।

Leave A Reply

Your email address will not be published.