Latest Odisha News

BREAKING NEWS

ଚାମୋଲି ବିପର୍ଯ୍ୟୟ; ୧୩୫ ନିଖୋଜ ବ୍ୟକ୍ତିଙ୍କୁ ‘ମୃତ’ ଘୋଷଣା କରିବ ଉତ୍ତରାଖଣ୍ଡ

ନୂଆଦିଲ୍ଲୀ: କେନ୍ଦ୍ର ନିର୍ଦ୍ଦେଶ ଅନୁଯାୟୀ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ଫେବୃଆରୀ ୭ରେ ଚାମୋଲି ବିପର୍ଯ୍ୟୟରେ ନିଖୋଜ ଥିବା ଲୋକଙ୍କୁ ମୃତ ବୋଲି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ବୋଲି ଅଧିକାରୀମାନେ ସୋମବାର କହିଛନ୍ତି।

ଚାମୋଲି ବିପର୍ଯ୍ୟୟରେ ନିଖୋଜ ଥିବା ପ୍ରାରମ୍ଭିକ ୨୦୪ ଜଣଙ୍କ ମଧ୍ୟରୁ ସର୍ଚ୍ଚ ଏବଂ ଉଦ୍ଧାର କର୍ମଚାରୀ ୬୯ ଟି ମୃତଦେହ ଉଦ୍ଧାର କରିଥିବାବେଳେ ୧୩୫ ଜଣ ନିଖୋଜ ଅଛନ୍ତି। ରବିବାର ସନ୍ଧ୍ୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ନେଗିଙ୍କ ଦ୍ବାରା ଜାରି ବିଜ୍ଞପ୍ତି ପରେ ସରକାର ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ କୁ ଆହ୍ବାନ କରିଛନ୍ତି। ଯେଉଁଥିରେ ନିଯୁକ୍ତ ସରକାରୀ କର୍ମଚାରୀ ନିଖୋଜ ଲୋକଙ୍କ ମୃତ୍ୟୁ ପ୍ରମାଣପତ୍ର ସେମାନଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କୁ ପ୍ରଦାନ କରିବେ।

ବିଜ୍ଞପ୍ତିରେ ଦର୍ଶାଯାଇଛି, “ସାଧାରଣ ପରିସ୍ଥିତିରେ, ଯେଉଁଠାରେ ସେ ଜନ୍ମ କିମ୍ବା ମୃତ୍ୟୁବରଣ କରନ୍ତି ସେହି ସ୍ଥାନରେ ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ। କିନ୍ତୁ ଚାମୋଲି ବିପର୍ଯ୍ୟୟ ପରି ବ୍ୟତିକ୍ରମ ପରିସ୍ଥିତିରେ ଆବଶ୍ୟକ ଅନୁସନ୍ଧାନ ପରେ ଯଦି ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳିବ ନାହିଁ, ସେହି କ୍ଷେତ୍ରରେ କର୍ତ୍ତୃପକ୍ଷ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରି ତାଙ୍କୁ ମୃତ ଘୋଷଣା କରିପାରନ୍ତି। “

Leave A Reply

Your email address will not be published.