Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ରାଜ୍ୟପାଳ କରାଇଲେ ଶପଥପାଠ

ରାଞ୍ଚି: ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ୍‌। ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଲେ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡଖଣ୍ଡକୁ ମିଳିଛି ତାର ନୂତନ ମୁଖ୍ୟମନ୍ତ୍ରୀ । ଚମ୍ପାଇ ସୋରେନ ଝାଡଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ମନ୍ତ୍ରୀ ପଦ ପାଇଁ ଶପଥ ନେଲେ ସହଯୋଗୀ କଂଗ୍ରେସର ଆଲମଗିରି ଆଲାମ । ସେହିପରି ଅନ୍ୟ ଏକ ମନ୍ତ୍ରୀ ପଦ ପାଇଁ ଆରଜେଡିର ସତ୍ୟାନନ୍ଦ ଭୋକ୍ତା ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ସତ୍ୟାନନ୍ଦ ଭୋକ୍ତା ଚତରା ଆସନରୁ ବିଧାୟକ ଅଛନ୍ତି । ସେ ତିନିଥର ମନ୍ତ୍ରୀ ପଦ ତୁଲାଇଛନ୍ତି । ଇତି ମଧ୍ୟରେ ସେ ଡେପୁଟି ସିଏମ୍ ଚର୍ଚ୍ଚା ଜୋର ଧରିଛି ।

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ହେମନ୍ତ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ ଚମ୍ପାଇ ସୋରେନ ପରିବହନ, ପଛୁଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୫ ମସିହାରେ ପ୍ରଥମ ଥର ପାଇଁ ଷଢେଇକଳା ଆସନରୁ ଚମ୍ପାଇ ସୋରେନ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଚମ୍ପାଇ ସୋରେନ୍ ଜେଏମ୍ଏମ୍ ଉପାଧ୍ୟକ୍ଷ ଥିଲେ। କିନ୍ତୁ ହେମନ୍ତ ସୋରେନଙ୍କ ଗିରଫଦାରୀ ଖବର ମଧ୍ୟରେ ତାଙ୍କ ନାମ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପାଇଁ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ସେ ଆନୁଷ୍ଠାନିକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Leave A Reply

Your email address will not be published.