Latest Odisha News

ପାକିସ୍ତାନ ହାତରୁ ଯାଇପାରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ

କରାଚୀ: ଏସିଆ କପ ପରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର । ୨୦୨୫ରେ ଏଠାରେ ହେବାକୁ ଥିବା ଚାମ୍ପିୟନ ଟ୍ରଫି ଆୟୋଜକ ଅଧିକାର ହାତରୁ ଯାଇପାରେ । ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ନେଇ ଆଇସିସି ସହ ଅଜବ ସର୍ତ ରଖିଛି । ଯଦି ସୁରକ୍ଷା ଆଳ ଦେଖାଇ ଭାରତ ଏଠାକୁ ଆସିବା ପାଇଁ ମନା କରେ ତେବେ କ୍ଷତିପୂରଣ ଦେବା ନେଇ କାଗଜପତ୍ର କରିବା ପାଇଁ ପିସିବି ଆଇସିିସିକୁ କହିଛି । ଏସିଆ କପ ପରି ଏହି ଟୁର୍ଣ୍ଣାମେଂଟ ହାଇବ୍ରିଡ ମଡେଲରେ ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି । ଯଦି ପାକିସ୍ତାନ ଏଥିରେ ରାଜି ନ ହୁଏ ତେବେ ହାତରୁ ଆୟୋଜକ ଅଧିକାର ଯାଇପାରେ । ବିସିସିଆଇ ପାକିସ୍ତାନକୁ ତାର ଟିମ ପଠାଇବା ନେଇ ଆଦୌ ରାଜି ନାହିଁ । ଯେତେଦୂର ସମ୍ଭବ ଏସିଆ କପ ପରି ଏହାକୁ ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯିବ ।

ଏସିଆ କପରେ ପାକିସ୍ତାନ ମାଟିରେ ୪ଟି ମ୍ୟାଚ ଓ ଶ୍ରୀଲଙ୍କାରେ ୧୩ ଟି ମୁକାବିଲା ଖେଳା ଯାଇଥିଲା । ଆଇସିସି ଚାମ୍ପିୟନ୍ସ ଟ୍ରଫି ନେଇ ପିସିବି ସହ କୌଣସି ପ୍ରକାରର କାଗଜପତ୍ରରେ ସ୍ୱାକ୍ଷର କରି ନାହିଁ । ପିସିବି ଅଧ୍ୟକ୍ଷ ଜାକା ଅଶ୍ରଫ ଓ ସିଓଓ ସଲମାନ ନସୀର ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ନେଇ ଅହମ୍ମଦାବାଦରେ ଆଇସିସି କାର୍ଯ୍ୟକାରୀ ବୋର୍ଡ ସହ ସାକ୍ଷାତ କରିଥିଲେ । ତେବେ ରିପୋର୍ଟ ଅନୁସାରେ ହାଇବ୍ରିଡ ମଡେଲ ବ୍ୟତୀତ ପାକିସ୍ତାନ ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

Comments are closed.