Latest Odisha News

ପାକିସ୍ତାନରେ ହୋଇ ନ ପାରେ ଚାମ୍ପିୟନ୍ସ ଟ୍ରଫି

ଲାହୋର: ପାକିସ୍ତାନ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଆୟୋଜକ ରହିଛି । ତେବେ ଦିନକୁ ଦିନ ଭିନ୍ନ ଭିନ୍ନ ପରିସ୍ଥିତି ଯୋଗୁ ଏବେ ଏହି ମୁକାବିଲା ପାକିସ୍ତାନ ହେବା ନେଇ ସନ୍ଦେହ ସୃଷ୍ଟି କରିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୂର୍ବରୁ ପାକିସ୍ତାନ ଯିବନି ବୋଲି ସ୍ପଷ୍ଟ କରିଛି । ଯାହାକି ପିସିବିକୁ ଶକ୍ତ ଧକ୍କା ପ୍ରଦାନ କରିଛି । ଏ ନେଇ ଆଇସିସି ନିକଟରେ ପିସିବି ବାରମ୍ବାର ମୁଣ୍ଡ ଗଡାଉଥିଲେ ମଧ୍ୟ ସେଭଳି ଆଖିଦୃଶିଆ ଫଳ ପାଇପାରୁ ନାହିଁ । ଏବେ ପାକିସ୍ତାନରେ ରାଜନୈତିକ ଅଶାନ୍ତି ଲାଗି ରହିଛି । ଏବେ ଅନ୍ୟ ଦେଶମାନେ ମଧ୍ୟ ଖେଳାଳିମାନଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କା ଏ ଟିମ ପାକିସ୍ତାନ ଶାହୀନ୍ସ ବିପକ୍ଷରେ ଦିିନିକିଆ ସିରିଜ ଖେଳିବାକୁ ଥିଲେ ମଧ୍ୟ ଏବେ ଏହାକୁ ବାତିଲ କରି ଦିଆଯାଇଛି । ଶ୍ରୀଲଙ୍କା ଟିମ ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ପିସିବି ନିକଟରେ ଏବେ ହାଇବ୍ରିଡ ମଡେଲ ଆପଣାଇବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ।

ଅପରପକ୍ଷରେ ଭାରତ ମଧ୍ୟ ଚାମ୍ପିୟନ୍ସ ଟ୍ରଫି କରିବାକୁ ପ୍ରସ୍ତୁତ ଅଛି ବୋଲି କହିସାରିଛି । ନଭେମ୍ବର ୨୯ରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ କି ନାହିଁ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ୧୯୯୬ ପରେ ପାକିସ୍ତାନ କୌଣସି ଆଇସିସି ଇଭେଂଟ ଆୟୋଜନ କରିବାକୁ ଯାଉଥିଲେ ମଧ୍ୟ ଏହା ଏତେଟା ସହଜରେ ହେଲା ଭଳି ଅନୂଭବ ହେଉ ନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୨ ପରଠାରୁ କୌଣସି ଦ୍ୱିପାକ୍ଷିକ ସିରିଜ ଆୟୋଜନ ହୋଇ ନାହିଁ । କେବଳ ଆଇସିସି ଏବଂ ଏସିସି ଇଭେଂଟରେ ଉଭୟ ଟିମ ସାମ୍ନାସାମ୍ନି ହେଉଛନ୍ତି ।

Leave A Reply

Your email address will not be published.