Latest Odisha News

BREAKING NEWS

ଏହି ସବୁ ଜିନିଷରେ କେବେ ଗୋଡ଼ ବଜାନ୍ତନି, ନହେଲେ ହେବ ସର୍ବନାସ !

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ, ବନ୍ଧୁତା, ଶତ୍ରୁତା ହେଉ ଅଥବା ବୈବାହିକ ଜୀବନ ସହ ଜଡିତ ସମସ୍ୟା ସବୁକିଛିର ସମାଧାନ ନୀତିଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର ଲାଗୁଥିଲେ ହେଁ ଏହାକୁ ଗ୍ରହଣ କରୁଥିବା ଲୋକ ସଫଳ ହୋଇଥାନ୍ତି। ଏଭଳି କ୍ରମରେ ଚାଣକ୍ୟ ୭ ପ୍ରକାର ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କ ଦେହରେ ଭୁଲରେ ମଧ୍ୟ ଗୋଡ ବଜାଇବା ଉଚିତ ନୁହେଁ। ଏପରି କରୁଥିବା ବ୍ୟକ୍ତି ବରବାଦ ହୋଇଯାଏ। ଭଗବାନ ତାଙ୍କୁ କଦାପି କ୍ଷମା କରନ୍ତି ନାହିଁ। ଆସନ୍ତୁ ଜାଣିବା:

ଚାଣକ୍ୟ ନୀତିଶାସ୍ତ୍ରରେ କହିଛନ୍ତି, ଅଗ୍ନି, ଗାଈ, ଗୁରୁ, ବ୍ରାହ୍ମଣ, କୁମାରୀ କନ୍ୟା, ବୃଦ୍ଧ ଏବଂ ଶିଶୁଙ୍କୁ ଭୁଲରେ ବି ଗୋଇଠା ମାରିବା ଉଚିତ ନୁହେଁ। ଏହାଛଡ଼ା ଅଗ୍ନି ଦେବତା ଭାବରେ ପରିଗଣିତ ହୋଇଥାନ୍ତି। ନିଆଁକୁ ସାକ୍ଷୀ ରଖି ଅନେକ କାର୍ଯ୍ୟ କରାଯାଇଥାଏ। ଏଣୁ ଏହାକୁ ପାଦ ଲଗାଇବା/ଗୋଇଠା ମାରିବା ଉଚିତ ନୁହେଁ।

ଗୁରୁ, ବ୍ରାହ୍ମଣ ଏବଂ ବୃଦ୍ଧ ଆମର ଉପାସକ। ତେଣୁ ଆମେ ସେମାନଙ୍କ ଦେହରେ କେବେ ବି ପାଦ ବଜାଇବା/ଗୋଇଠା ମାରିବା ଉଚିତ ନୁହେଁ। କନ୍ୟା ଓ ଶିଶୁ ଛୋଟ ହୋଇଥିଲେ ହେଁ ସେମାନଙ୍କୁ ସ୍ନେହ କରନ୍ତୁ। ସେହିଭଳି ଗାଈ ଦେହରେ ଗୋଡ ବାଜିବାକୁ ପାପ ବୋଲି କୁହାଯାଏ। କାରଣ ତା ଦେହରେ ଦେବତାମାନେ ବାସ କରନ୍ତି ବୋଲି କୁହାଯାଏ। ଏମିତିରେ ଯେଉଁ ମନୁଷ୍ୟ ଗାଈକୁ ଗୋଇଠା ମାରେ ସେ ବିପଦରେ ପଡେ ବୋଲି ଚାଣକ୍ୟ କହିଛନ୍ତି।

Comments are closed.