Latest Odisha News

BREAKING NEWS

ଏପରି ଗାଁ, ଯେଉଁଠି ସ୍ଵାଧିନତାର ୭୬ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଲୋକେ ଦେଇନାହାଁନ୍ତି ଭୋଟ

ରାୟପୁର: ଆମ ଦେଶ ସ୍ୱାଧୀନ ହେବାର ଇତି ମଧ୍ୟରେ ୭୬ ବର୍ଷ ବିତିଗଲାଣି । ଏଥିସହ ଆମେ ୧୮ତମ ଲୋକସଭା ନିର୍ବାଚନ ପାଳନ କରୁଛୁ । ତେବେ କ’ଣ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ସ୍ଵାଧିନତାର ଗତ ୭୬ ବର୍ଷ ମଧ୍ୟରେ ଥରେ ହେଲେବି ଭୋଟ ଦେଇନାହାଁନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନରେ ସେହି ଅଞ୍ଚଳରେ ​​ଭୋଟ୍ ଦେଇଛନ୍ତି ଜନତା ।

ଛତିଶଗଡର ବସ୍ତର ଜିଲ୍ଲାରେ ନକ୍ସଲ ବିରୋଧୀ କାର୍ଯ୍ୟରେ ସୁରକ୍ଷା ବାହିନୀ ନିଜର ସବୁଠାରୁ ବଡ ସଫଳତା ହାସଲ କରିବାର କିଛି ଦିନ ପରେ ଲାଲ ବାହିନୀଙ୍କ କେନ୍ଦ୍ରସ୍ଥଳ ବସ୍ତରର ଚାନ୍ଦାମେଟା ଗ୍ରାମ ଗତ ଶୁକ୍ରବାର ଦିନ ଇତିହାସ ସୃଷ୍ଟି କରିଛି । ସ୍ୱାଧୀନତା ପରେ ଏଠାରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏକଦା ନକ୍ସଲମାନଙ୍କ ଗଡ଼ ଭାବରେ ପରିଗଣିତ ହୋଇଥିବା ଏହି ଗ୍ରାମରେ ଲୋକସଭାର ପ୍ରଥମ ପର୍ଯ୍ୟାୟରେ ୩୨୫ ପଞ୍ଜୀକୃତ ଭୋଟରଙ୍କ ସମେତ ୧୬୨ ଜଣ ମହିଳା ପ୍ରଥମ ଥର ପାଇଁ ଲୋକସଭା ପ୍ରାର୍ଥୀ ଚୟନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଚାନ୍ଦାମେଟାରେ ସୁରକ୍ଷା କର୍ମୀଙ୍କ ଦ୍ଵାରା ଏକ ଶିବିର ସ୍ଥାପନ ହେବା ପରେ ସହରବାସୀଙ୍କୁ ସେମାନଙ୍କ ସୁରକ୍ଷାକୁ ନେଇ ଥିବା ସମସ୍ତ ଦ୍ଵନ୍ଦ ଦୁର ହୋଇଥିଲା । ସୁରକ୍ଷାକର୍ମୀ ମାନେ ବ୍ୟାପକ ବ୍ୟବସ୍ଥା କରିବା ସହ ଭୋଟ ଦେଇଥିଲେ । ମତଦାନ ଦିନ ୩ଟାରେ ଶେଷ ହୋଇଥିଲା । ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ, ଭୋଟର ଙ୍କ ଚାରିପାଖରେ ସୁରକ୍ଷା କର୍ମୀ ଙ୍କ ବ୍ୟବସ୍ଥା କରାଯାଇଥିଲା । ଏଥିସହ ବିନା ଭୟରେ ସେମାନେ ମତଦାନ କରିବାକୁ ଯାଇଥିଲେ । ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବା ସହ ସାମା ଅଂଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ଅଞ୍ଚଳରେ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ସୀମା ଅଞ୍ଚଳରେ ଅତିରିକ୍ତ ବାହିନୀ ମଧ୍ୟ ନିୟୋଜିତ କରାଯାଇଥିଲା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡିଶାର ସ୍ୱତନ୍ତ୍ର ବାହିନୀ ଆମକୁ ସୁରକ୍ଷା ବଜାୟ ରଖିବାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.