କୋଲକାତା: ଚଳିତ ଆଇପିଏଲରେ ଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସର ପ୍ରଦର୍ଶନ ଏ ପଯ୍ୟନ୍ତ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କେକେଆର କୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ କେତେକ ନିଷ୍ପତି ଉପରେ ଦଳର ଖେଳାଳିମାନେ ସନ୍ତୁଷ୍ଟ ନାହାନ୍ତି । ରିପୋର୍ଟ ମୁତାବକ ଦଳର ଏକ ସିନିୟର ଖେଳାଳି ବିରୋଧୀ ଦଳର ଜଣଙ୍କ ସହ ଡିନର କରୁଥିବା ଶୁଣି ପଣ୍ଡିତ ରାଗି ଯାଇଥିଲେ । ପଣ୍ଡିତ କେକେଆର ଟିମ ପାଇଁ ଏକ ୫୦୦ ଟଙ୍କିକିଆ ନିୟମ ଲାଗୁ କରିଛନ୍ତି । ଡିନର ସମୟରେ ଯେଉଁ ଖେଳାଳି ଡେରିରେ ପଂହଚିବେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ସେ ଟିମ ମଧ୍ୟରେ ଏକତା ରଖିବା ପାଇଁ ଏହି ନିୟମ ଲାଗୁ କରିଥିଲେ ମଧ୍ୟ ଏହାକୁ କେହି ପସନ୍ଦ କରୁ ନାହାନ୍ତି ।
ଜଣେ ଖେଳାଳି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଗୌତମ ଗମ୍ଭୀର କୋଚ ଥିବା ବେଳେ ଦଳ ଭିତରେ ଏକତା ରହିଥିଲା । ସେହିପରି ହର୍ଷିତ ରାଣା କହିଛନ୍ତି ଯେ, ଅଭିଷକ ନାୟାର ସାର ଫେରି ଆସିଛନ୍ତି । ଚନ୍ଦୁ ଓ ବ୍ରାଭୋ ସାର ମଧ୍ୟ ଅଛନ୍ତି । ଏହା ସତ୍ୱେ କିଛି ଅସୁବିଧା ମଧ୍ୟ ରହିଛି । ସବୁ କିଛି କଣ ସ୍ପଷ୍ଟ ଭାବେ କହି ହେବନି । କେକେଆର ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ ଜାରୀ ରଖିଛି ।
Comments are closed.