ବେଙ୍ଗାଳୁରୁ : ଦୁଇ ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତ । ଖୁବଶୀଘ୍ର ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରାୟନ -୩ । ଚନ୍ଦ୍ରାୟନ-୨ ମିଶନ ବେଳେ ଲ୍ୟାଣ୍ଡର ବିକ୍ରମ ଲୁନାର ସରଫେସରେ କ୍ରାସ୍ ହୋଇଥିଲା । ମାତ୍ର ଚନ୍ଦ୍ରାୟନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରାୟନ-୨ ମିଶନରୁ ମିଳିଥିବା ଶିକ୍ଷା ଓ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାର କରି ଚନ୍ଦ୍ରାୟନ-୩ର ପରୀକ୍ଷଣ ଚାଲିଛି ବୋଲି କହିଛନ୍ତି ଇସ୍ରୋ ବୈଜ୍ଞାନିକ । ଏହାର ଆବଶ୍ୟକ ପରୀକ୍ଷା ଶେଷ ହୋଇଛି । ଚଳିତ ବର୍ଷ ଅଗଷ୍ଟରେ ଚନ୍ଦ୍ରାୟନ-୩ ଲଞ୍ଚ ହେବାକୁ ଯୋଜନା ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । କରୋନା ଯୋଗୁ ଇସ୍ରୋର ଅନେକ ମିଶନ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ।
BREAKING NEWS
- ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନେଇ ଏକ ନୀତି ପ୍ରଣୟନ ସମ୍ପର୍କରେ ବୈଠକ
- ଦଳବିରୋଧୀ କାର୍ଯ୍ୟରେ ସାମିଲ: ୧୦ ଜଣ ବିଜେଡିରୁ ସସପେଣ୍ଡ
- River front Project:୨୧୦ କୋଟି ଟଙ୍କା ବ୍ୟୟରେ ହେବ ମହାନଦୀ ତଟ ସୌନ୍ଦର୍ଯ୍ୟକରଣ; କାମ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ
- ଜରୁରୀକାଳୀନ ସ୍ଥିତିରେ ୧୧୨ ହେଲ୍ପଲାଇନ୍କୁ ତୁରନ୍ତ ଫୋନ୍ କରିବାକୁ ଅଗ୍ନିଶମ ସେବା ପକ୍ଷରୁ ସୂଚନା
- ଦୁଇଟି ଗାଡ଼ିକୁ ଧକ୍କା ଦେଲା ସରକାରୀ ବସ୍, ଘଟଣାସ୍ଥଳେ ୮ଜଣଙ୍କର ମୃତ୍ୟୁ
- ରାଜ୍ୟରେ ଚାଲିଛି ଗୁଜରାଟୀ ଓଡିଆ ଅସ୍ମିତା ସରକାର: ବିଜେଡି
- ଫିଟ ଅଛନ୍ତି ତ ଧୋନୀ, ଚିନ୍ତାରେ ପ୍ରଶଂସକ
- ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ‘AI for ALL’: ଉଚ୍ଚଶିକ୍ଷା ମନ୍ତ୍ରୀ
- RatnaBhandar: ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି;3D ମ୍ୟାପିଂ ପାଇଁ ହୋଇଛି ବ୍ୟବସ୍ଥା
- Zomatoରୁ ଖାଦ୍ୟ ଅର୍ଡର କରିବା ହେଲା ମହଙ୍ଗା;ପ୍ଲାଟଫର୍ମ ଫି ବୃଦ୍ଧି…
Comments are closed.