Latest Odisha News

BREAKING NEWS

ସଭାପତି ବଦଳିଲେ ଦଳର ଭାଗ୍ୟ ବଦଳେନି-ସୌମ୍ୟ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ମନମୋହନ ସାମଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । ଦଳର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଇଥିବାବେଳେ  ୨୦୧୪କୁ ଦୃଷ୍ଟିରେ ରଖି ଦଳ ଏପରି ନିଷ୍ପତ୍ତି ନେଇଛି । ମନମୋହନ ମଧ୍ୟ ତାଙ୍କ ନେତୃତ୍ୱରେ ଦଳକୁ ନିର୍ବାଚନ ସଫଳତା ଭେଟି ଦେବେ ବୋଲି ଦୃଢତା ପ୍ରକାଶ କରିଛନ୍ତି । ୨୪ ବର୍ଷ ହେଲା ରାଜ୍ୟ ଦୁର୍ନୀତିରେ ବୁଡି ରହିଛି । ସେଥିରୁ ରାଜ୍ୟବାସୀଙ୍କୁ ମୁକ୍ତି ଦେବେ ବୋଲି କହିଛନ୍ତି ।

ଅନ୍ୟପଟେ ବିଜେପିର ସଭାପତି ପରିବର୍ତ୍ତନକୁ ନେଇ ମୁହଁ ଖୋଲିଛନ୍ତି ବିଜେଡ଼ି ନେତା । ବିଜେଡି ଖଣ୍ଡପଡା ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟ ପଟ୍ଟନାୟକ କହିଛନ୍ତି, ସଭାପତି ବଦଳିଗଲେ ଯଦି ଦଳର  ଭାଗ୍ୟ ବଦଳିଯାଆନ୍ତା ତେବେ ସମସ୍ତେ ସଭାପତି ବଦଳାନ୍ତେ ।

ସୌମ୍ୟ ମନମୋହନ ସାମଲଙ୍କ ସଭାପତିତ୍ୱକୁ ଅଭିନନ୍ଦନ କରିବା ସହ  କହିଛନ୍ତି, ମନମୋହନ ଜଣେ ଭଲ ସଂଗଠକ । ସୌମ୍ୟ ପଟ୍ଟନାୟକ ବିଜେପିରେ ଥିବାବେଳେ ମନମୋହନ ତାଙ୍କର ସହକର୍ମୀ ଥିଲେ । ତାଙ୍କ ନେତୃତ୍ୱରେ ଦଳ ସାମ୍ନା କରିଥିବା ସମସ୍ୟାର ସମାଧାନ ହେଉ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ଗଣତନ୍ତ୍ରରେ ଦଳ ଗୁଡିକ ସମସ୍ତେ ସମୃଦ୍ଧ ହୁଅନ୍ତି । ମୋର ବ୍ୟକ୍ତିଗତ ମତ ଦଳ ଗୁଡ଼ିକ ଯେତିକି ସମୃଦ୍ଧ ହେବ ଗଣତନ୍ତ୍ର ସେତିକି ସମୃଦ୍ଧ ହେବ। ମୋଦିଜୀଙ୍କ ପରି କୌଣସି ଦଳ ମୁକ୍ତ ଭାରତ ସପକ୍ଷରେ ନୁହେଁ । ଯେତେ ଅଧିକ ଦଳ ସମୃଦ୍ଧ ହୋଇ ଲୋକଙ୍କ ଆସ୍ଥାଭାଜନ ହେବେ ସେତିକି ଗଣତନ୍ତ୍ର ସମୃଦ୍ଧ ହେବ

 

Comments are closed.