Latest Odisha News

ଏକ ମାସ ମଧ୍ୟରେ ୨୪ ଲକ୍ଷରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ କରିଛନ୍ତି ଚାରିଧାମ ଦର୍ଶନ

ଡେରାଡୁନ: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଥିବାବେଳେ, ଏପର୍ଯ୍ୟନ୍ତ ୨୪.୬୦ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚାରଧାମ ପରିଦର୍ଶନ କରିଛନ୍ତି ।

ଏହି ସମ୍ପର୍କରେ ରାଜ୍ୟର ପର୍ଯ୍ୟଟନ ସଚିବ ସଚିନ କୁର୍ବେ କହିଛନ୍ତି ଯେ, ଚାରିଧାମ ଯାତ୍ରା ମେ’ ୧୦ ତାରିଖରୁ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ, ଚାରିଧାମ ଏବଂ ହେମକୁଣ୍ଡ ସାହିବକୁ ମିଶାଇ ୨୪.୬୦ ଲକ୍ଷ ତୀର୍ଥଯାତ୍ରୀ ପରିଦର୍ଶନ କରିଛନ୍ତି । ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଉତ୍ତରପ୍ରଦେଶ ସରକାର ପକ୍ଷରୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି ।

ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଯାତ୍ରୀ ମାର୍ଗରେ ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା, ଯାତ୍ରୀମାନେ ରହିବା ଏବଂ ଖାଦ୍ୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ବର୍ଷା ସମୟରେ ମଧ୍ୟ ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସୁବିଧା ଯୋଗାଇବା ଏବଂ ସମସ୍ତ ସମସ୍ୟାର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତ ଜିଲ୍ଲାକୁ ଏସଓପି ପଠାଯାଇଥିବା କହିଛନ୍ତି ପର୍ଯ୍ୟଟନ ସଚିବ ।

Comments are closed.