Latest Odisha News

ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଖଲିସ୍ତାନ ପ୍ରୀତି, ବିଚଳିତ କଂଗ୍ରେସ    

ଭୁବନେଶ୍ୱର: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଖଲିସ୍ତାନ ପ୍ରୀତି । ନିଜ ଦଳ ପାଇଁ ହିଁ ଅଡୁଆ ସାଜି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଲୋକସଭା ସଦସ୍ୟ ଚରଣଜିତ ସିଂହ ଚନ୍ନି । ବିଜେପି ପାଇଁ ପୁଣି ପଂଚିଙ୍ଗ୍ ବ୍ୟାଗ୍ ହୋଇଛନ୍ତି ପୂର୍ବତନ ପଂଜାବ ମୁଖ୍ୟମନ୍ତ୍ରୀ ।

କଠୋରପନ୍ଥୀ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହ ସପକ୍ଷରେ ଟିପ୍ପଣୀ ଚରଣଜିତଙ୍କୁ ଅଡୁଆରେ ପକାଇଛି । ଅମୃତପାଲ ସିଂହ ପଂଜାବର ଖଡୁର ସାହିବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଜାତୀୟ ସୁରକ୍ଷା ଆଇନରେ ଅମୃତପାଲ ଗିରଫ ହୋଇଥିଲେ । ଜେଲରେ ରହି ଲୋକସଭା ନିର୍ବାଚନ ଲଢିଥିଲେ ଅମୃତପାଲ । ଲୋକସଭା ସଦସ୍ୟ ଭାବେ ଶପଥ ନେବା ପାଇଁ କିଛି ସମୟ ଜେଲରୁ ଆସିଥିଲେ ଅମୃତପାଲ । ପରେ ପୁଣି ଅମୃତପାଲଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଆସାମର ଦିବ୍ରୁଗଡ ଜେଲରେ ଅଛନ୍ତି ଅମୃତପାଲ ।

ଲୋକସଭାରେ ଚରଣଜିତ୍ ସିଂହ ଚନ୍ନି, ଅମୃତପାଲ ସିଂହଙ୍କ ସମର୍ଥନରେ ମନ୍ତବ୍ୟ ଦେଇ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିବା ସହ ବିଜେପି ଆକ୍ରୋଶର ଶୀକାର ହୋଇଛନ୍ତି । ଲୋକସଭାରେ ଚରଣଜିତ କହିଥିଲେ ଯେ, ଅମୃତପାଲଙ୍କ ବିରୋଧରେ ଜବରଦସ୍ତ ଏନଏସଏ ଲଗାଯାଇଛି । ବିଜେପି ଜରୁରୀକାଳିନ ପରିସ୍ଥିତି ପାଇଁ କଂଗ୍ରେସକୁ ଦୋଷ ଦେଉଛି । କିନ୍ତୁ ଦେଶରେ ଏବେ ଅଘୋଷିଚ ଜରୁରୀ ପରିସ୍ଥିତି ଜାରି ହୋଇଛି ବୋଲି ଅମୃତପାଲଙ୍କ ଗିରଉଦାରୀର ଉଦହାରଣ ଦେଇ ମୋଦି ସରକାରଙ୍କୁ ସମାଲୋଚନ କରିଥିଲେ ଚରଣଜିତ୍ । ଅମୃତପାଲଙ୍କ ଭଳି ଜଣେ ନିର୍ବାଚିତ ସାଂସଦଙ୍କୁ ଜବରଦସ୍ତ ଜେଲରେ ରଖାଯାଇଛି ବୋଲି ଚରଣଜିତ କହିଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଖୋଲାଖୋଲି ଅମୃତସିଂହ ପାଲଙ୍କ ସପକ୍ଷରେ କହିଥିଲେ ଚରଣଜିତ ।

ଚରଣଜିତ ସିଂହ ଚନ୍ନିଙ୍କ ବୟାନ ପରେ ବିଜେପିକୁ ସୁଯୋଗ ମିଳିଯାଇଛି । ଚରଣଜିତ ସିଂହ ଜଣେ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରିଛନ୍ତି । ଏହା କଣ କଂଗ୍ରେସର ଜୟ ସମ୍ବିଧାନ କି ବୋଲି ପ୍ରଶ୍ନ କରିଛି ବିଜେପି । ଖଲିସ୍ତାନକୁ ବିରୋଧ କରିଥିବାରୁ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା । ସେହି ଖଲିସ୍ତାନର ଜଣେ କଠୋର ସମର୍ଥକଙ୍କୁ କଂଗ୍ରେସ କାହିଁକି ସମର୍ଥନ କରୁଛି ବୋଲି ପ୍ରଶ୍ନ କରିଛି ବିଜେପି । ରାହୁଲ ଗାନ୍ଧି ଏହାର ଉତ୍ତର ଦିଅନ୍ତୁ ବୋଲି ଦାବି କରିଛି ଦଳ । କଂଗ୍ରେସ ସବୁବେଳେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କୁ କାହିଁକି ସମର୍ଥନ କରୁଛି ବୋଲି ପଚାରିଛି ବିଜେପି । ବିଜେପିର ଜୋରଦାର ଆକ୍ରମଣ ପରେ ଚରଣଜିତ ଚନ୍ନିଙ୍କ ମନ୍ତବ୍ୟରୁ ଦୂରେଇ ରଖିଛି କଂଗ୍ରେସ । ଚରଣଜିତଙ୍କ ମନ୍ତବ୍ୟ ତାଙ୍କ ନିଜସ୍ୱ । ଏହା କଂଗ୍ରେସର ଆଭିମୁଖ୍ୟକୁ ସୂଚାଉ ନାହିଁ ବୋଲି କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ରଖିଛନ୍ତି ସ୍ପଷ୍ଟିକରଣ ।

ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଚରଣଜିତ ସିଂହ ଚନ୍ନିଙ୍କୁୁ ସିଧାସଳଖ ସମାଲୋଚନା କରିନାହାନ୍ତି । କିନ୍ତୁ ପରୋକ୍ଷରେ ରାଜ୍ୟର କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛନ୍ତି ।

 

Comments are closed.