Latest Odisha News

BREAKING NEWS

ପଞ୍ଜାବର ୧୬ ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଚରଣଜିତ ସିଂ

ନୂଆଦିଲ୍ଲୀ: ଚରଣଜିତ ସିଂ ଚନ୍ନି ସୋମବାର ସକାଳ ୧୧ ଟାରେ ପଞ୍ଜାବର ୧୬ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ। ଚାମକାଉର ସାହେବ ନିର୍ବାଚନମଣ୍ଡଳୀରୁ ତିନିଥର ବିଧାୟକ, ଦଲିତ ନେତା ଥିଲେ ଚରଣଜିତ ସିଂ। ଏହି ସମାରୋହରେ ରାହୁଲ ଗାନ୍ଧି ମଧ୍ୟ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି।

ଚନ୍ନି ୧୯୬୩ ମସିହାରେ କୁରାଲୀ ନିକଟ ପଞ୍ଜାବର ଭଜୌଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ମାଲେସିଆରେ ରହୁଥିଲେ କାରଣ ତାଙ୍କ ପିତା ସେଠାରେ କାମ କରୁଥିଲେ। କିନ୍ତୁ ସେ ୧୯୫୫ ମସିହାରେ ଭାରତ ଫେରି ପଞ୍ଜାବର ଏସ୍‌ଏଏସ୍‌ ନାଗରକୁ ସ୍ଥାନାନ୍ତର ହୋଇଥିଲେ।

କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ କଂଗ୍ରେସ ଦଳ ଚରଣଜିତ ସିଂ ଚନ୍ନିଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ପଞ୍ଜାବରେ ପ୍ରଥମ ଥର ପାଇଁ ଜଣେ ଦଳିତ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଛନ୍ତି। ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply

Your email address will not be published.