Latest Odisha News

BREAKING NEWS

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣଙ୍କୁ କ୍ଲିନଚିଟ୍

 ନୂଆଦିଲ୍ଲୀ:ରେସଲିଂ ଫେଡେରେସନ ଅଫ ଇଣ୍ଡିଆା (WFI)ର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ଚାର୍ଜସିଟ ଦାଖଲ କରିଛି । ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ କୁମାରଙ୍କ ପାଖରେ ଏହି ଚାର୍ଜସିଟ ଦାଖଲ କରିଛି ପୋଲିସ  । ଏଥିରେ ପଟିଆଲା କୋର୍ଟରେ ବ୍ରିଜ ଭୂଷଣଙ୍କ ବିରୋଧରେ ହୋଇଥିବା ପୋସ୍କୋ ମାମଲାକୁ ହଟାଇବା ପାଇଁ କୁହାଯାଇଛି ।

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ ବ୍ରିଜ ଭୂଷଣଙ୍କ ବିରୋଧରେ ଏମିତି କୌଣସି ପ୍ରମାଣ ମିଳିଲା ନାହିଁ ଯାହାକୁ ଆଧାର କରି ପୋସ୍କୋ ଅଧୀନରେ ମାମଲା ରୁଜୁ କରାଯିବ । ୫୫୦ ପୃଷ୍ଠାର ଏହି ଚାର୍ଜସିଟରେ ପୋସ୍କୋ ଅଭିଯୋଗକୁ କୌଣସି ପ୍ରମାଣ ମିଳି ନାହିଁ ବୋଲି କହିଛି ଦିଲ୍ଲୀ ପୋଲିସ ।

ସୂଚନାଥାଉ କି, ଦିଲ୍ଲୀ ପୋଲିସ ତରଫରୁ ବ୍ରିଜଭୂଷଣଟଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଉପରେ  ଦୁଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଗୋଟିଏ ଚାର୍ଜସିଟ୍ ରାଓଜ ଏଭିନ୍ୟୁ କୋର୍ଟରେ ଦାଖଲ କରାଯାଇଥିବା ବେଳେ ଅନ୍ୟ ଚାର୍ଜସିଟଟି ପଟିଆଲା ହାଉସ କୋର୍ଟରେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ହୋଇଥିଲା ।   ନାବାଳିକା  ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ କ୍ଲିନଚିଟ୍ ଦିଆଯାଇଛି ।

ଅନ୍ୟପକ୍ଷେ ବିଜେପି ସାଂସଦ ତଥା WFIର ମୁଖ୍ୟ ବ୍ରିଜ ଭୂଷଣ କହିଛନ୍ତି, ସେ ୨୦୨୪ ନିର୍ବାଚନ ଲଢିବେ  । ସେ କୈଶାରଗଞ୍ଜ ଆସନରୁ ଲଢିବେ ଏବଂ ଏଥିପାଇଁ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ।

Comments are closed.