Latest Odisha News

ବାହୁଡାରେ ବି ଅଟକିଲେ ଶ୍ରୀ ବଳଦେବଜୀଉ, ଅଧା ରାସ୍ତାରେ ଅଟକିଲା ବ୍ରହ୍ମ ତାଳଧ୍ଵଜ

କେନ୍ଦ୍ରାପଡା: ରଥଯାତ୍ରା ପରେ ଆଜି ବାହୁଡାରେ ବି ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ । ଓମଫେଡ ଅଫିସ ନିକଟରେ ବାମମୋଡ଼ ନେଇ ଢଳିଲା ରଥ । ଭକ୍ତମାନେ ଯେତେ ଟାଣିଲେ ବି ଆଗକୁ ଗଡୁନି ରଥ। ଫଳରେ ହାଇଡ୍ରୋଲିଂ ମେସିନ ସାହାଯ୍ୟରେ ରଥ ଟାଣିବା ନେଇ ପ୍ରସ୍ତୁତ ହେଉଛି ପ୍ରଶାସନ ।

ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ଯାତ୍ରାରେ ମଧ୍ୟ ବାରମ୍ୱାର ଅଟକିଥିଲା ରଥ । ଶେଷରେ ରେଲୱେ ବିଭାଗର କର୍ମଚାରୀ ମାନଙ୍କ ଦ୍ଵାରା ହାଇଡ୍ରୋଲିକ ଜ୍ୟାକ୍ ମେସିନ୍ ସାହାଯ୍ୟରେ ରଥକୁ ବାରମ୍ବାର ସିଧା କରିବା ପରେ ଗୁଣ୍ଡିଚା ଯାତ୍ରାର ୪ ଦିନ ପରେ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ ଶ୍ରୀ ବଳଦେବଜୀଉ।

ଗତକାଲି ଶ୍ରୀକ୍ଷେତ୍ରରେ ବାହୁଡାଯାତ୍ରା ଶେଷ ହୋଇଥିବା ବେଳେ ଆଜି କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କର ବାହୁଡାଯାତ୍ରା ଅନୁଷ୍ଠିତ ହେଉଛି । ରଥ ଟାଣିବା ପାଇଁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି । ହରିବୋଲ, ଘଣ୍ଟ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ ।

Comments are closed.