ଆକଲାଣ୍ଡ: ଆକଲାଣ୍ଡର ଇଡେନ ପାର୍କରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ପାକିସ୍ତାନ କ୍ରିକେଟ ଟିମ ଇତିହାସ ରଚିଛି । ନ୍ୟୁଜିଲାଣ୍ଡ ପ୍ରଦତ ୨୦୫ ରନର ଲକ୍ଷ୍ୟକୁ ପାକିସ୍ତାନ ୧୬ ଓଭରରେ ହାସଲ କରି ନେଇ ଏହି ରେକର୍ଡ କରିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ନାମରେ ଏହି ରେକର୍ଡ ରହିଥିଲା । ୨୦୦୭ରେ ଦକ୍ଷିଣ ଆଫ୍ରିକା ୧୭.୪ ଓଭରରେ ୨୦୮ ରନର ଲକ୍ଷ୍ୟ ହାସଲ କରିଥିଲା । ପାକିସ୍ତାନ ଏବେ ଏହି ୧୮ ବର୍ଷ ତଳର ରେକର୍ଡ ଭଙ୍ଗ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୫ ଓଭରରେ ୨୦୪ ରନ କରିଥିଲା । ମାର୍କ ଚାପମ୍ୟାନ ୪୪ ବଲରେ ୯୪ ରନ କରିଥିଲେ ।
ହାସନ ନୱାଜ ୪୫ ବଲରେ ୧୦ ଚୌକା ଓ ୭ ଛକା ସହାୟତାରେ ୧୦୫ ରନର ଇନିଂସ ଖେଳି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ଟି୨୦ରେ ହାସନ ପାକିସ୍ତାନ ପକ୍ଷରୁ ଦ୍ରୁତ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ହାସନ କ୍ରମାଗତ ୨ଟି ମ୍ୟାଚରେ ବିଫଳ ହେବା ସତ୍ୱେ ଦଳ ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିଲା । ହାସନଙ୍କ ଏହି ବିସ୍ଫୋରକ ଇନିଂସ ପରେ ପାକିସ୍ତାନରେ ବାବର ଆଜମଙ୍କୁ କ୍ରିକେଟ ପ୍ରଶଂସକମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।