Latest Odisha News

BREAKING NEWS

ଲକ୍ଷ୍ମୀ ସାଆନ୍ତାଣୀ ଯେଉଁଠି ଅଛନ୍ତି ସେଠି ଭଣ୍ଡାର କେବେ ଖାଲି ରହିବ କି? ୫ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ଛାତ୍ର କଂଗ୍ରେସର କଳା ପତକା ପ୍ରଦର୍ଶନ

ପୁରୀ: 5T ଅଧକ୍ଷ ଭିକେ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ଗସ୍ତକୁ ବିରୋଧ କଲା ଛାତ୍ର କଂଗ୍ରେସ । ପରିକ୍ରମା ପ୍ରକଳ୍ପକୁ କେନ୍ଦ୍ର କରି ହୋଇଥିବା ପ୍ରତିଶୃତି ପୁରଣ ନ ହେବା ଏବଂ ୪ଟି ଶୌଚାଳୟ ଓ ରାସ୍ତା ନିର୍ମାଣ କରି ଜଗତର ନାଥ ଜଗନ୍ନାଥ ଙ୍କ ନାମରେ ରାଜନୀତି କରିବା ତଥା ଅର୍ପଣ ରଥ ମାଧ୍ୟମରେ ନିଜ ପ୍ରଚାର କରିବାକୁ ଯାଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କରିବା ଏବଂ ଚାଉଳ ଭିକ୍ଷା କରିବା ଆଦିକୁ ଦୃଷ୍ଟି ରେ ରଖି ୫ଟି ଅଧକ୍ଷ ଭି କେ ପାଣ୍ଡିଆନ ଙ୍କ ଶ୍ରୀମନ୍ଦିର ଗସ୍ଥ କୁ ଛାତ୍ର କଂଗ୍ରେସ ତରଫରୁ ବିରୋଧ କରାଯାଇଛି l

ନଅ ଅଙ୍କ ଦୁର୍ଭିକ୍ଷ ବେଳେ ମଧ୍ୟ ଜଗନ୍ନାଥଙ୍କ ଲାଗି ଚାଉଳ ଭିକ୍ଷା ହୋଇନାହିଁ l ଲକ୍ଷ୍ମୀ ସାଆନ୍ତାଣୀ ଯେଉଁଠି ଅଛନ୍ତି ସେଠି ଭଣ୍ଡାର କେବେ ଖାଲି ରହିବ କି ? ସଂଗୃହିତ ଚାଉଳ ମହାପ୍ରସାଦରେ ଲାଗିବ କି? ରାସ୍ତା ଲୋକାର୍ପଣ ପାଇଁ ଜଗନ୍ନାଥଙ୍କ ନାଁରେ ଚାଉଳ ଭିକ୍ଷା କାହିଁକି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର କଂଗ୍ରେସ ।

ଏହି ସବୁ ବିଷୟକୁ କେନ୍ଦ୍ର କରି ଛାତ୍ର କଂଗ୍ରେସ ତରଫରୁ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର ଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ରୀସାନ କୁମାର ଦାଶ, ରାଜା ଦାସ, ଗୌରବ ପ୍ରଧାନ, ମହେଶ ସାହୁ, ଅଭିଜିତ ମଜୁମଦାର, ସନ୍ତୋଷ ପରିଡା ଆଦି ଛାତ୍ର କଂଗ୍ରେସ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ୫ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କ ପୁରୀ ଗସ୍ତକୁ କଳା ପତକା ପ୍ରଦର୍ଶନ କରାଯାଇଥିଲା l

ସେପଟେ, ସକାଳୁ ସକାଳୁ ଶୀକ୍ଷେତ୍ର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହା ପରେ ପରିକ୍ରମା ସ୍ଥଳରେ ପହଞ୍ଚିଥିଲେ । ପ୍ରରିକ୍ରମା ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଫାଇଭ୍-ଟି ଅଧ୍ୟକ୍ଷଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ପାଣ୍ଡିଆନଙ୍କ ପରିକ୍ରମା ସ୍ଥଳକୁ ଯାଇଥିଲେ ।

 

Leave A Reply

Your email address will not be published.