Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଜଧାନୀରେ ଥିବା ହୋଟେଲ ଗୁଡିକରେ ଚେକିଂ

ଭୁବନେଶ୍ୱର: କମିସନରେଟ୍ ପୁଲିସ ପକ୍ଷରୁ ଆଜି ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ବ୍ୟାପକ ଚେକିଂ ଅପରେସନ କରାଯାଇଛି।ଶୁକ୍ରବାର ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସୁରକ୍ଷା ଦୃଷ୍ଟିରୁ ପୁଲିସ ଏହି ଚେକିଂ କରିଛି।

ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ଓ ଯବାନ ସହରର ବିଭିନ୍ନ ସ୍ଥାନରେ ଥିବା ହୋଟେଲଗୁଡ଼ିକରେ ସର୍ଚ୍ଚ ଅପରେସନ କରିଛନ୍ତି।

ସହରର ମାଷ୍ଟରକ୍ୟାଣ୍ଟିନ୍, କଟକ ରୋଡ୍, ଖାରବେଳ ନଗର, ବଡ଼ଗଡ଼ା, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଓ ଇନଫୋସିଟି ଅଞ୍ଚଳରେ ଥିବା ହୋଟେଲଗୁଡ଼ିକୁ ପୁଲିସ ଟିମ୍ ଯାଞ୍ଚ କରିଛି।

କମିସନରେଟ୍ ପୁଲିସର ସେଫ୍ ସିଟି ଅଭିଯାନ ଅଧୀନରେ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଏନଫୋର୍ସମେଂଟ ଅଭିଯାନ ଆରମ୍ଭ ହୋଇଛି।

Leave A Reply

Your email address will not be published.