Latest Odisha News

କୁନୋ ଜାତୀୟ ପାର୍କରେ ଆଉ ଏକ ଚିତାର ମୃତ୍ୟୁ

କୁନୋ: ରବିବାର ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର ହସ୍ତଗତ ହୋଇଛି । କୁନୋ ଜାତୀୟ ପାର୍କରେ ଚିକିତ୍ସାଧୀନ ଅବସ୍ଥାରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଉଦୟର ମୃତ୍ୟୁ ଘଟିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ । ମଧ୍ୟପ୍ରଦେଶର ବନ ସଂରକ୍ଷକ ଜେଏସ ଚୌହ୍ୱାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସକାଳ ୯ଟା ବେଳେ ଉଦୟ ମାନ୍ଦା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା । ଚିକିତ୍ସକମାନେ ଏହାର ନିକଟକୁ ଯିବା ମାତ୍ରେ ସେ ଉଠି କରି କିଛି ବାଟ ଚାଲିବା ପରେ ପଡି ଯାଇଥିଲା । ଅପରାହ୍ନ ୪ଟା ବେଳେ ଉଦୟର ମୃତ୍ୟୁ ଘଟିଥିଲା । ପ୍ରାରମ୍ଭିକ ଚିକିତ୍ସା ପାଇଁ ଉଦୟକୁ ବେହୋସ କରାଯାଇଥିଲା ।

ମାତ୍ର ସମସ୍ତ ଉଦ୍ୟମ ସତ୍ୱେ ଏହାକୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଫେବୃୟାରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୧ଟି ଚିତା ଭାରତ ଅଣାଯାଇଥିଲା । ଏହା ପୂର୍ବରୁ ନାମ୍ବିଆରୁ ଅଣା ଯାଇଥିବା ଚିତା ମଧ୍ୟରୁ ଶଶା ନାମକ ଚିତାର ମୃତ୍ୟୁ ଘଟିଥିଲା । ଅଳ୍ପ ଦିନ ବ୍ୟବଧାନରେ ୨ଟି ଚିତାର ମୃତ୍ୟୁ ଘଟିଥିବାରୁ ପଶୁପ୍ରେମୀମାନେ ନିରାଶ ହୋଇ ପଡିଛନ୍ତି ।

Comments are closed.