ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମୀଙ୍କ ଅଭିନୀତ ଚଳଚ୍ଚିତ୍ର ଚେହ୍ରେ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଏହି ଦୁଇ ତାରକା ଏକାଠି ନଜର ଆସିଛନ୍ତି।
ଚେହେର ଘୋଷଣା ହେବା ପରେ ପ୍ରଶଂସକମାନେ ମଧ୍ୟ ବେଶ୍ ଉତ୍ସାହିତ ଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୁମି ଜାଫ୍ରି। ଏହା ଏକ ରହସ୍ୟ ଥ୍ରୀଲର ଚଳଚ୍ଚିତ୍ର। ବିଗ୍ ବି ଜଣେ ଓକିଲର ଚରିତ୍ରରେ ପଦାର୍ପଣ କରିଥିବା ବେଳେ ଇମ୍ରାନ୍ ଜଣେ ବିଜ୍ନେସ ଟାଇକୁନ୍ ହୋଇଛନ୍ତି।
ଫିଲ୍ମ ଚେହ୍ରେରେ ଅନ୍ନୁ କପୁର, କ୍ରିଷ୍ଟଲ୍ ଡି’ସୁଜା, ରିୟା ଚକ୍ରବର୍ତ୍ତୀ, ଧ୍ରିୁତିମାନ ଚାଟାର୍ଜୀ, ରଘୁବୀର ଯାଦବ ଏବଂ ସିଦ୍ଧାନ୍ତ କପୁର ମଧ୍ୟ ଅଭିନୟ କରିଛନ୍ତି।
Comments are closed.