Latest Odisha News

BREAKING NEWS

ଡାକ୍ତରଙ୍କୁ ୭ଥର ଛୁରୀ ଭୁସିଲେ ରୋଗୀଙ୍କ ପୁଅ

ଚେନ୍ନାଇ: ଚେନ୍ନାଇର କାଲାଇଗାର୍ ସେଞ୍ଚୁରୀ ହସ୍ପିଟାଲରେ ବୁଧବାର ସକାଳେ ଜଣେ ଯୁବକ ଛୁରୀରେ ସରକାରୀ ଡାକ୍ତରଙ୍କ ଉପରେ ଆକ୍ରମଣ କରିଛି।

ଡାକ୍ତର ଓପିଡିରେ ଉପସ୍ଥିତ ଥିବାବେଳେ ଏହି ଅଘଟଣ ଘଟିଥିଲା। କର୍କଟ ରୋଗରେ ପିଡିତ ମା’ଙ୍କୁ ଡାକ୍ତର ଭୁଲ ଔଷଧ ଦେଇଥିବା ନେଇ ସନ୍ଦେହ କରି ଉକ୍ତ ଯୁବକ ଏଭଳି କାଣ୍ଡ କରିଥିବା ଜଣାପଡିଛି।

ଆହତ ଡାକ୍ତର ଜଣକ ଜଣେ ଅଙ୍କୋଲୋଜିଷ୍ଟ ଏବଂ ହୃଦ୍ ଚିକିତ୍ସକ। ତେବେ ତାଙ୍କର ଛାତି ଉପରେ ଛୁରିରେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଏହି ଆକ୍ରମଣ ପରେ ୨୬ବର୍ଷୀୟ ଉକ୍ତ ଯୁବକ ଖସିଯିବାକୁ ଚେଷ୍ଟା କରିଥିଲା ବେଳେ ହସ୍ପିଟାଲର କର୍ମଚାରୀ ଏବଂ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ତେବେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.