Latest Odisha News

ଲଗାଣ ବର୍ଷାରେ ବେହାଲ ଚେନ୍ନାଇ, ଗଲାଣି ୫ ଜୀବନ

ଚେନ୍ନାଇରେ ଲଗାଣ ବର୍ଷା କାରଣରୁ ୧୨ଟି ବିମାନ ଓ କିଛି ଟ୍ରେନକୁ ବାତିଲ କରାଯାଇଛି । ଏହା ସହିତ ସ୍କୁଲ, କଲେଜ ମଧ୍ୟ ବନ୍ଦ କରିଛନ୍ତି ସରକାର । ଲଗାଣ ବର୍ଷା କାରଣରୁ ଚେନ୍ନାଇରେ ଏଯାବତ୍ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ଚେନ୍ନାଇ: ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦଶରେ ଲଗାଣ ବର୍ଷା ଜାରି ରହିଛି । ତାମିଲନାଡୁର ଅନେକ ସହରରେ ମୂଷଳଧାରାରେ ବର୍ଷା ସହ ପବନ ମଧ୍ୟ ଜାରି ରହିଛି । ଚେନ୍ନାଇରେ ଲଗାଣବର୍ଷା କାରଣରୁ ରାସ୍ତାରେ ଡଙ୍ଗା ଚାଲୁଛି । ବାତ୍ୟା ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି । ଆଜି ଅପରାହ୍ନରେ ବାତ୍ୟା ମିଗଜୋମ୍ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନେଲ୍ଲୋର ଓ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବ ଏବଂ ପବନର ବେଗ ୧୧୦ କିଲୋମିଟର ରହିବ।

ଚେନ୍ନାଇରେ ଲଗାଣ ବର୍ଷା କାରଣରୁ ୧୨ଟି ବିମାନ ଓ କିଛି ଟ୍ରେନକୁ ବାତିଲ କରାଯାଇଛି । ଏହା ସହିତ ସ୍କୁଲ, କଲେଜ ମଧ୍ୟ ବନ୍ଦ କରିଛନ୍ତି ସରକାର । ସେପଟେ ପ୍ରବଳ ବର୍ଷା କରଣରୁ ଚେନ୍ନାଇରେ ଏଯାବତ୍ ୫ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବାତ୍ୟା ମିଗଜୋମ୍ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ହେଉଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୮ ଜିଲ୍ଲାକୁ ହାଇ-ଆଲର୍ଟ ଜାରି କରିଛନ୍ତି । ତୁୃପତି, ନେଲ୍ଲୋର, ପ୍ରକାଶମ, ବାପଟଲା, କୃଷ୍ଣା, ପଶ୍ଚିମ ଗୋଦାବରୀ, କୋନସୀମା ଏବଂ କାକିନାଡାକୁ ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର ।

ଚେନ୍ନାଇ ବିମାନବନ୍ଦର ରନୱେ ଓ ଏରୋପ୍ଲେନ ପାର୍କିଂ ଜୋନ୍ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି। ବୁଡ଼ିଯାଇଛି ବିମାନ ଚକ। ସ୍ଥିତି ସାଂଘାତିକ ହେବା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଚେନ୍ନାଇ ଓ ଆଖପାଖ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଜାରି ରହିବ ।

Leave A Reply

Your email address will not be published.