Latest Odisha News

BREAKING NEWS

ଚେନ୍ନାଇରେ ପ୍ରବଳ ବର୍ଷା; ସ୍କୁଲ, କଲେଜ, ଅଫିସ୍‌ ବନ୍ଦ

ଚେନ୍ନାଇ: ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ୍, ଏବଂ ଚେଙ୍ଗଲପେଟ୍ଟୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଏହି ସମୟରେ ଜରୁରୀକାଳୀ ସେବାକୁ ଅନୁମତି ଦିଆଯିବା ନେଇ କୁହାଯାଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରାଯାଇଛି।

ଏହି ଚାରୋଟି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ କଲେଜ ମଧ୍ୟ ବନ୍ଦ ରହିବ। ଆସନ୍ତା ଦୁଇ ଦିନ ପାଇଁ ଏହି ଚାରିଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ତାମିଲନାଡୁରେ ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହେତୁ ତିନିଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ ଦୁଇଟି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇଥିବାବେଳେ ଚାରିଟି ସ୍ଥାନରେ ୧୯ ସେମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

Comments are closed.