ଇଡେନଗାର୍ଡେନ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ୨୩୬ ରନର ବିଶାଳ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଅଜିଙ୍କ୍ୟ ରାହାନେ ଓ ଶିବମ ଦୁବେ କୋଲକାତା ବୋଲରଙ୍କୁ ନିର୍ଧୂମ ପ୍ରହାର କରିଥିଲେ । ରାହାନେ ୨୯ ବଲରେ ୬ ଚୌକା ଓ ୫ଛକା ସହାୟତାରେ ୭୧ ରନ କରି ଅପରାଜିତ ରହିଥିଲେ । ଦୁବେ ୨୧ ବଲରୁ ୨ ଚୌକା ଓ ୫ ଛକା ସହାୟତାରେ ୫୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିତୁରାଜ ଗାଏକ୍ୱାଡ ୩୫ ରନର ଦ୍ରୁତ ଇନିଂସ ଖେଳିଥିଲେ । କୋଲକାତା ପକ୍ଷରୁ କୁଲୱନ୍ତ ଖେଜରୋଲିୟା ୨ଟି ୱିକେଟ ଅକ୍ତିଆର କରିଥିଲେ ।
ଟସ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । କୋଲକାତା ୬ ମ୍ୟାଚରୁ ୪ ଏବଂ ଚେନ୍ନାଇ ସମାନ ସଂଖ୍ୟକ ମ୍ୟାଚରୁ ୮ ପଂଏଟ ହାସଲ କରିଛି । କୋଲକାତା ପାଇଁ ଏହି ମ୍ୟାଚରେ ଜରୁରୀ ହୋଇ ପଡିଛି । ଆଇପିଏଲ ଇତିହାସରେ ଏହା ୮ମ ସର୍ବାଧିକ ଟିମ ସ୍କୋର । ବାଙ୍ଗାଲୋର ୨୬୩ ରନ କରି ଏହି ତାଲିକାରେ ଶୀର୍ଷରେ ରହିଛି ।
Comments are closed.