Latest Odisha News

BREAKING NEWS

ବିଶ୍ୱର ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ସ୍ଥାନରେ କିଭଳି ବଂଚି ରହିଛନ୍ତି କୁକୁର

ୱାଶିଂଟନ: ୧୯୮୬ରେ ଚେର୍ନାବିଲରେ ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ଘଟିଥିଲା । ଏହା ପରେ ଏହି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସମ୍ପୂର୍ଣ୍ଣ ଅଂଚଳ ଏକପ୍ରକାର ଜନଶୂନ୍ୟ ହୋଇ ପଡିଥିଲା । ତେବେ ଏଠାରେ ରହି ଯାଇଥିବା କୁକୁର ଏବେ ପରମାଣୁ ବିକିରଣକୁ ସାମ୍ନା କରି ବଂଚି ରହିଛନ୍ତି । ଯାହାକି ବୈଜ୍ଞାନିକଙ୍କ ପାଇଁ ଆଶା ସଂଚାର କରିଛି । କୁକୁର ବ୍ୟତୀତ ଏହି ଅଂଚଳରେ ଥିବା ଗଧିଆମାନେ ମଧ୍ୟ ନିଜକୁ ପରିବେଶ ସହିତ ଖାପ ଖୁଆଇ ସାରିଛନ୍ତି । ସମ୍ପୂର୍ଣ୍ଣ ଘଟଣା ଉପରେ ବୈଜ୍ଞାନିକମାନେ ନଜର ରଖି ଆସିଛନ୍ତି । ପ୍ରିଂସଟନ ୟୁନିଭର୍ସଟିର ଜୀବବିଜ୍ଞାନୀ କାରା ଲଭ ଏବେ ଗଧିଆମାନଙ୍କର ଅଧ୍ୟୟନ ଆରମ୍ଭ କରିଛନ୍ତି ।

BjdElectrycity

ଏହି ଅଂଚଳରେ ରହି ଆସୁଥିବା କୁକୁର, ଗଧିଆ ଭଳି ପ୍ରାଣୀଙ୍କ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ସେମାନେ ଆଉ କ୍ୟାନ୍ସର ଆକ୍ରାନ୍ତ ହେଉ ନାହାନ୍ତି । ଏବେ ଏହି ପ୍ରାଣୀଙ୍କ ଡିଏନଏ ପ୍ରତି ବୈଜ୍ଞାନିକଙ୍କ ଆଗ୍ରହ ବଢ଼ିବା ସ୍ୱାଭାବିକ । ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ବୈଜ୍ଞାନିକମାନଙ୍କ ଗବେଷଣା ଆଗକୁ ବଢ଼ିପାରି ନାହିଁ । ଅଗାମୀ ଦିନରେ ମଣିଷମାନଙ୍କ ପାଇଁ ଏହା ଏକ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ ସେଠାକୁ ଯାଇ ଭଲ ଭାବେ ଗବେଷଣା ପାଇଁ ଆହୁରି ଅନେକ ଦିନ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.