Latest Odisha News

BREAKING NEWS

ସମ୍ମାନଜନକ ଏସଜେଏଫଆଇ ପଦକ ପାଇଁ ମନୋନୀତ ହେଲେ ଚେସ ମହାରଥୀ ବିଶ୍ୱନାଥନ

ଭୁବନେଶ୍ୱର: ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ତଥା ମହାନ ଚେସ ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କୁ ଏସଜେଏଫଆଇ ପଦକ ୨୦୨୪ ପାଇଁ ମନୋନୀତ କରାଯାଇଛି । ପାଖାପାଖି ୪ ଦଶନ୍ଧି ଧରି ଭାରତରେ କ୍ରୀଡାର ବିକାଶରେ ବିଶ୍ୱନାଥନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସ୍ପୋଟ୍ସ ଜର୍ଣ୍ଣାଲିଷ୍ଟ ଫେଡେରେଶନ ଅଫ ଇଣ୍ଡିଆର ବାର୍ଷିକ ବୈଠକରେ ସର୍ବସମ୍ମତ କ୍ରମେ ଏହି ନିଷ୍ପତି ନିଆଯାଇଛି । ପୂର୍ବରୁ ମହାନ ଖେଳାଳି ବିଜୟ ଅମ୍ରିତରାଜ, ପ୍ରକାଶ ପାଦୁକୋନ, ସୁନୀଲ ଗାଭାସ୍କର, ମିଲଖା ସିଂ ଓ ପିଟି ଉଷାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଭାରତୀୟ ଟିମ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚେସ ଅଲିମ୍ପିଆଡ ଜିତିବା ପରେ ରୁଷିଆର ମହାନ ଖେଳାଳି ଗ୍ୟାରୀ କାସ୍ପରୋଭ ଏହାର ସମସ୍ତ ଶ୍ରେୟ ବିଶ୍ୱନାଥନ ଆନନ୍ଦଙ୍କୁ ଦେଇଥିଲେ । ୫୫ ବର୍ଷୀୟ ଆନନ୍ଦ ୫ ଥର ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ସେ ଦୁଇ ଥର ୱାର୍ଲ୍ଡ ର‌୍ୟାପିଡ ଚେସ ମଧ୍ୟ ଜିିତିଛନ୍ତି । ଏହା ବ୍ୟତୀତ ଆନନ୍ଦ ଚେସ ବିଶ୍ୱକପ ଓ ୱାର୍ଲ୍ଡ ବ୍ଲିଟଜ ଚେସ କପ ମଧ୍ୟ ଜିତିଛନ୍ତି ।

Comments are closed.