Latest Odisha News

ଦେଶରେ ଅଛି ଏମିତି ଏକ ଗାଁ ଯେଉଁଠି ସମସ୍ତେ ଖେଳନ୍ତି ଚେସ୍‌…ଜାଣନ୍ତୁ କେଉଁଠି ?

କେରଳ: ଗାଁର ଯେଉଁଠି ଦେଖିବେ ଚାଲୁଥିବ ଚେସ୍ ଖେଳ । ପିଲା ହୁଅନ୍ତୁ କି ବୁଢା ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ମାତିଥିବେ ଚେସ୍ ଖେଳରେ । ଦୋକାନ ସାମ୍ନାରେ ହେଉ କି ଖଟି ସ୍ଥାନରେ ଚେସ୍ ବୋର୍ଡ ନିଶ୍ଚୟ ପଡିଥିବ । ହଁ ଏପରି ଦୃଶ୍ୟ ଦେଖିବାକୁ ମିଳେ କେରଳ ତିରିଶୂର ଜିଲ୍ଲା ମାରୁତିଚାଲ ଗାଁରେ । ଗାଁକୁ ଚେସ୍‌ର ଗାଁ ବୋଲି ବି କୁହାଯାଏ ।

BjdElectrycity

ତେବେ ସମସ୍ତେ କାହିଁକି ଏପରି ଚେସ୍ ପ୍ରତି ଆଗ୍ରହୀ ତାର ଏକ କାରଣ ମଧ୍ୟ ରହିଛି । ୪୦ ବର୍ଷ ପୂର୍ବେ ଗାଁର ଚିତ୍ର ଏମିତି ନ ଥିଲା । ମଦ ପିଇ ଗାଁର ପୁରୁଷମାନେ ପ୍ରତିଦିନ ଅଶାନ୍ତି ସୃଷ୍ଟି କରୁଥିଲେ । ଚଳିବା ଏକପ୍ରକାର ମୁସକିଲ୍ ହୋଇପଡୁଥିଲା । ଏହି ସମୟରେ ଗାଁର ଜଣେ ୧୪ ବର୍ଷର ବାଳକ ଉନକ୍ରିଷ୍ଣନ ଏହାର ସମାଧାନର ବାଟ କାଢିଥିଲେ । ନିଜେ ଚେସ୍ ଶିଖିବା ସହ ଗାଁର ଶହେ ଜଣଙ୍କୁ ଚେସ୍ ଶିଖାଇଥିଲେ । ଧୀରେ ଧୀରେ ମଦ ନିଶା ଛାଡି ଚେସ୍ ନିଶାରେ ପଡିଗଲେ ସମସ୍ତେ । ଗାଁର ପ୍ରାୟ ୯୦ ପ୍ରତିଶତ ଲୋକେ ଏବେ ଚେସ୍ ଖେଳୁଛନ୍ତି ।

ଗାଁର ସର୍ବକନିଷ୍ଠ ଚେସ୍ ଖେଳାଳିର ବୟସ ତିନି ବର୍ଷ । ଖାଲି ଏଠାରେ ଯେ ସମସ୍ତେ ଖେଳୁଛନ୍ତି ତା ନୁହେଁ ଏହି ଖେଳରେ ସେମାନେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଜାତୀୟ ସ୍ତରରେ ଏଠାକାର ଖେଳାଳି କେମିତି ଅଧିକରୁ ଅଧିକ ନାଁ କରିବେ ସେଥି ପାଇଁ ଉଦ୍ୟମ ମଧ୍ୟ ଚାଲିଛି । ପିଲାମାନେ ମଧ୍ୟ ଛୋଟ ବେଳୁ ଗ୍ରାଣ୍ଡ ମାଷ୍ଟର ହେବା ଲକ୍ଷ୍ୟରେ ଅଭ୍ୟାସ ଜାରି ରଖୁଛନ୍ତି । ଗାଁର ଏପରି ଉଦ୍ୟମକୁ ଚେସ୍ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ।

ମାରୁତିଚାଲ ଗାଁରେ ଏକ ସଙ୍ଗରେ ହଜାରେ ଖେଳାଳି ଚେସ୍ ଖେଳି ଏସିଆ ରେକର୍ଡରେ ସ୍ଥାନ ପାଇଛନ୍ତିି । ଆଗକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ ସ୍ଥାନ ପାଇବାର ଲକ୍ଷ୍ୟ ରଖିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.